- Home
- »
- Breaking News
- »
- ବାଲିଗୁଡ଼ା ଠାରେ ଜାତୀୟ ମାନବ ଅଧିକାର ମହିଳା ଓ ଶିଶୁ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ
ବାଲିଗୁଡ଼ା ଠାରେ ଜାତୀୟ ମାନବ ଅଧିକାର ମହିଳା ଓ ଶିଶୁ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

SHARE NOW :
କନ୍ଧମାଳ(ଲାଇଭ ଓଡିଶା ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ ଏସି ୧୩ ୱାର୍ଡ଼ ସୁନାପାଙ୍ଗl ଠାରେ ଜାତୀୟ ମାନବ ଅଧିକାର ଏବଂ ମହିଳା ଓ ଶିଶୁ ସୁରକ୍ଷା ସଚେତନତା ଶିବିର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି l ଜିଲ୍ଲା ସଭାପତି ଆଲୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ସେଖ୍ ଆନିସ୍, ସମ୍ମାନିତ ଅତିଥି ଭାବେ ଡକ୍ଟର କୁନାଲ ରଣସଣ୍ଡ, ସମାଜସେବୀ ବିଜେସ୍ଵର ନାୟକ, ଚିନ୍ମୟ ସାହୁ, ସ୍ଵାସ୍ଥ୍ୟ କର୍ମୀ କମଳl କ଼ୁମାରୀ ସାହୁ, ବିଷ୍ଣୁପ୍ରୀୟା ପ୍ରଧାନ, ଯୋଗଦେଇ ଉପସ୍ଥିତ ମହିଳାଙ୍କୁ ସରକାରଙ୍କ ପକ୍ଷରୁ ମହିଳାଙ୍କ ସୁରକ୍ଷା ନିମନ୍ତେ କାର୍ୟ୍ୟକାରି ହୋଇଥିବା ଆଇନ୍ ସମ୍ପର୍କରେ ସଚେତନ କରିଥିଲେ ଏବଂ ବାଲ୍ୟବିବାହ ରୋକିବା ଓ ଶିଶୁ ଚାଲାଣ ରୋକିବା, ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଗଲେ ନିରାମୟା ଯୋଜନାରେ କିଭଳି ମାଗଣା ସ୍ବାସ୍ଥ୍ୟ ସେବା ପାଇବ ସେ ନେଇ ସଚତେନତା କରିଥିଲେ l ଏହି କାର୍ୟ୍ୟକ୍ରମ ଅବସରରେ ଜାତୀୟ ମାନବ ଅଧିକାର କନ୍ଧମାଳ ପକ୍ଷରୁ ଉପସ୍ଥିତ ଶିଶୁ ମାନଙ୍କୁ ଖାତା ପେନ୍ ଭଳି ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା l