- Home
- »
- Breaking News
- »
- ଆନ୍ଦୋଳନକୁ ଓହ୍ଲାଇଲେ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ
ଆନ୍ଦୋଳନକୁ ଓହ୍ଲାଇଲେ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ

SHARE NOW :
ଲାଇଭ ଓଡିଶା ବ୍ୟୁରୋ: ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ନିଜ ଦାବୀ ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ।ଦୀର୍ଘ ଗୋଟିଏ ଦଶନ୍ଧି ହେଲା ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀଙ୍କ ଦାବୀ ପୂରଣ ହେଉ ନ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।ଏବେ ଜଣେ ଜଣେ କର୍ମଚାରୀ ଦୁଇ ତିନି ଜଣ କର୍ମଚାରୀଙ୍କ କାର୍ୟ୍ୟ ତୁଲାଉଛନ୍ତି । ସେହିପରି ଅବସର ସମୟ ସୀମା ୬୦ ବର୍ଷରୁ ୬୨ ବର୍ଷ କରିବା ପାଇଁ ଦାବୀ ପୂରଣ ହୋଇ ପାରୁନାହିଁ ।ଚାକିରି କାଳ ଭିତରେ ମୃତ୍ୟୁ ହେଲେ ପରିବାରର କୌଣସି ସଦସ୍ୟଙ୍କୁ ଥଇଥାନ କରାଯାଉ ନାହିଁ । ବାସଗୃହ ସସମ୍ୟା ,ବାସଗୃହ ଭଡା ସମସ୍ୟା ଆଦି ବି ସରକାର ଶୁଣୁ ନାହାନ୍ତି ।ଶହ ଶହ କର୍ମଚାରୀଙ୍କ ଚାକିରି ସ୍ଥାୟୀ କରାଯାଉ ନାହିଁ ।ଅବସର ପରେ କୌଣସି ଆର୍ଥିକ ସହାୟତା ପ୍ରଦାନ କରାଯାଉନାହିଁ ।ତେବେ ଏସବୁ ସମସ୍ୟା ସମାଧାନ ପାଇଁ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଛନ୍ତି ।ଦୀର୍ଘ ଦିନର ଦାବୀ ସବୁ ପୂରଣ କରା ନ ଗଲେ ଭୟାବହ ଆନ୍ଦୋଳନ କରାଯିବ ବୋଲି ଆଜି ସୁବର୍ଣ୍ଣପୁର ସହରର ଏନ ଜି ଓ ସି ସି ସମ୍ମିଳନୀ କକ୍ଷରେ ଆୟୋଜିତ ସଂଘୀୟ ସାଧାରଣ ସଭାରେ ନିଷ୍ପତ୍ତି ହୋଇଛି ।