FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଓଡିଶା ସ୍ପେଶାଲ ଏଡୁକେଟରସ ଫେଡେରେସନ ପକ୍ଷରୁ ନୀରବ ବିକ୍ଷୋଭ ପ୍ରଦର୍ଶନ

ଓଡିଶା ସ୍ପେଶାଲ ଏଡୁକେଟରସ ଫେଡେରେସନ ପକ୍ଷରୁ ନୀରବ ବିକ୍ଷୋଭ ପ୍ରଦର୍ଶନ

ଓଡିଶା ସ୍ପେଶାଲ ଏଡୁକେଟରସ ଫେଡେରେସନ ପକ୍ଷରୁ ନୀରବ ବିକ୍ଷୋଭ ପ୍ରଦର୍ଶନ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ଓଡିଶା ସ୍ପେଶାଲ ଏଡୁକେଟରସ ଫେଡେରେସନ(ଭିନ୍ନକ୍ଷମ ପ୍ରଶିକ୍ଷକ ସଂସ୍ଥା) ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭିନ୍ନକ୍ଷମ ପ୍ରଶିକ୍ଷକମାନେ ପ୍ରଶିକ୍ଷଣ ବା ତାଲିମ ଗ୍ରହଣ କରି ଏବେ ବେକାରୀ ହୋଇ ରହିଛନ୍ତି । ତେବେ ଜିଲ୍ଲାର ପ୍ରତିଟି ପ୍ରାଥମିକ ବିଦ୍ୟାଳୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ସରକାର ବ୍ୟବସ୍ଥା କରିଥିବା ବେଳେ ପ୍ରଶିକ୍ଷକ ନିଯୁକ୍ତି କରି ନାହାନ୍ତି । ତେଣୁ ତୁରନ୍ତ ବିଦ୍ୟାଳୟ ଗୁଡିକରେ ପ୍ରଶିକ୍ଷକ ନିଯୁକ୍ତି କରିବା ପାଇଁ ଆଜି ଭିନ୍ନକ୍ଷମ ଦିବସରେ ସେମାନେ ଦାବୀ ଉପସ୍ଥାପନ କରିଛନ୍ତି । ପ୍ରତିଟି ରାଜ୍ୟ ସରକାର ଭିନ୍ନକ୍ଷମ ମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଶିକ୍ଷା ପ୍ରଦାନ କରିବା ଲାଗି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବିନା ପ୍ରଶିକ୍ଷକରେ ଗ୍ରାମୀଣ ଛାତ୍ରଛାତ୍ରୀମାନେ ଶିକ୍ଷାରୁ ବଂଚିତ ହେଉଥିବା ବେଳେ ସ୍ବତନ୍ତ୍ର ତାଲିମ ଗ୍ରହଣ କରି ପ୍ରଶିକ୍ଷକମାନେ ବିନା ନିଯୁକ୍ତିରେ ଅଛନ୍ତି । ତେଣୁ ତୁରନ୍ତ ପ୍ରଶିକ୍ଷକମାନଙ୍କୁ ନିଯୁକ୍ତି ଦେବା ପାଇଁ ଦାବୀ କରିଛନ୍ତି । ଦାବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts