FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଆସନ୍ତା ୧୦ରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ସମ୍ଭାବ୍ୟ ବାତ୍ୟା, ୭ରେ ମିଳିବ ସ୍ପଷ୍ଟ ଚିତ୍ର

ଆସନ୍ତା ୧୦ରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ସମ୍ଭାବ୍ୟ ବାତ୍ୟା, ୭ରେ ମିଳିବ ସ୍ପଷ୍ଟ ଚିତ୍ର

ଆସନ୍ତା ୧୦ରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ସମ୍ଭାବ୍ୟ ବାତ୍ୟା, ୭ରେ ମିଳିବ ସ୍ପଷ୍ଟ ଚିତ୍ର
SHARE NOW :

ଭୁବନେଶ୍ୱର (ଲାଇଭ ଓଡ଼ିଶା): ରାଜ୍ୟରେ ସୋମବାର ଠାରୁ ପାଗରେ ପରିବର୍ତ୍ତନ ହୋଇଛି । ଉପକୂଳ ଓ ଆଭ୍ୟନ୍ତର ଓଡିଶାରେ ତାପମାତ୍ରା ହ୍ରାସ ହୋଇଛି । ଆସନ୍ତା ୭ ତାରିଖରେ ସମ୍ଭାବ୍ୟ ବାତ୍ୟାର ଚିତ୍ର ସ୍ପଷ୍ଟ ମିଳିବ । ୧୦ ତାରିଖରେ ଓଡିଶା ଉପକୂଳ ଅତିକ୍ରମ କରିପାରେ ସମ୍ଭାବ୍ୟ ବାତ୍ୟା । 

ସେହିପରି ୪ ତାରିଖ ଆଡକୁ ଦକ୍ଷିଣ ଆଣ୍ଡାମାନସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ସେହି ଅଞ୍ଚଳରେ ୬ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ । କେଉଁଆଡେ ମୁହାଁଇବ ଓ କେଉଁଠି ସ୍ଥଳଭାଗ ସ୍ପର୍ଶ କରିବ ତାହା ସ୍ପଷ୍ଟ ହୋଇନାହିଁ । ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ମଡେଲରେ ଭିନ୍ନ ଭିନ୍ନ ଆକଳନ କରାଯାଇଛି । ବାତ୍ୟା ନେଇ କୌ÷ଣସି ସ୍ପଷ୍ଟ ଚିତ୍ର ହୋଇନଥିବା ଆଇଏମଡି କହିଛି । 

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି , ଏବେଠାରୁ ବାତ୍ୟା ଆକଳନ କରିବା ଠିକ ହେବ ନାହିଁ । ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହାର ତୀବ୍ରତା ଓ ଦିଗ ନେଇ ସ୍ପଷ୍ଟ କହି ହେବ । ଲଘୁଚାପ ବାତ୍ୟାର ରୂପ ନେଉ କି ନନେଉ ଓଡିଶା ଉପରେ ଏହାର ପ୍ରଭାବ ରହିବ । 

ଦକ୍ଷିଣ ଓଡିଶା, କେନ୍ଦ୍ରୀୟ କିମ୍ବା ଉତ୍ତର ଓଡିଶା ଲଘୁଚାପ ଯୋଗୁଁ ଓଡିଶାରେ ପ୍ରବଳ ବର୍ଷା ହେବ । ଏପରିକି ଲଘୁଚାପ ବାତ୍ୟା ରୂପ ନେଲେ ବି ତାହା ଅଧିକ ଘନୀଭୂତ ହୋଇ ଅତିଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା କମ୍ ରହିଛି । ୯ ତାରିଖ ଆଡକୁ ପାଗ ଅନୁକୂଳ ହୁଏ ତେବେ ସମ୍ଭାବ୍ୟ ବାତ୍ୟା ସମୁଦ୍ରରେ ବଳ ଗୋଟାଇ ଅଧିକ ଘନୀଭୂତ ହୋଇପାରେ । 

Leave a Reply

Your email address will not be published. Required fields are marked *

Related Posts