- Home
- »
- Breaking News
- »
- ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି ସୋନପୁର ଗଡଜାତର ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପୀଠ
ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି ସୋନପୁର ଗଡଜାତର ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପୀଠ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୋନପୁର ଗଡଜାତର ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ପୀଠରେ ମା ମହାଳୟାଠାରୁ ଆରମ୍ଭ କରି ଦଶମୀ ତିଥି ଯାଏଁ ଭିନ୍ନ ଭିନ୍ନ ବେଶ ଧାରଣ କରିଥାନ୍ତି ।ମହାଳୟାରେ ଦେବୀ ମା ଧବଳମୁଖୀ ବେଶ ଧାରଣ କରୁଥିବା ବେଳେ ପରବର୍ତ୍ତି ଦଶମୀ ତିଥି ଯାଏଁ ତାରା , ଷୋଡ଼ଶୀ , ଭୈରବୀ ,ଭୂବନେଶ୍ବରୀ ,ମହାଲକ୍ଷ୍ମୀ ,ମହିଷ ମର୍ଦ୍ଧିନି ,ରାଜରାଜେଶ୍ବରୀ ଆଦି ବେଶ ଧାରଣ କରିବାର ପରମ୍ପରା ରହିଛି। ବର୍ଷ ତମାମ ରକ୍ତମୁଖା ଦେବୀଙ୍କ ସଶରୀର ସିନ୍ଦୁର ପ୍ରଲେପ କରାଯିବା ସହିତ ଗାଢ ନାଲି ରଂଗର ବସ୍ତ୍ର ପ୍ରଦାନ କରାଯାଏ ।ତେବେ ସୁବର୍ଣ୍ଣପୁରର ଐତିହାସୀକ ବଳୀଯାତ୍ରା ଆରମ୍ଭ ହୋଇ ଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ବଳୀଯାତ୍ରାରେ ସାମିଲ ହୋଇ ଦେବୀ ମା ସୁରେଶ୍ବରୀଙ୍କ କୃପା ଭିକ୍ଷା ସାଉଁଟିବାକୁ ଛୁଟି ଆସୁଛନ୍ତି ଏହି ଶକ୍ତିିି ପୀଠକୁ ।ଦେବୀ ପୀଠରେ ଆରତୀ ଦର୍ଶନ କରି ଦେବୀ କୃପା ଲାଭ କରିବାକୁ ଏହି ଶକ୍ତି ପୀଠରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି ।ଶୃଙ୍ଖଳିତ ଦେବୀ ଦର୍ଶନ ଓ କୋଭିଡ ନିୟମ ଅନୁପାଳନ କରିବାକୁ ସେବାୟତ ଓ ମନ୍ଦିର କମିଟିକୁ ଦେବୋତ୍ତର ବିଭାଗ ଆବଶ୍ୟକ ନିର୍ଦ୍ଦେଶ ଦେଇଛି ।