FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଆଜିଠୁ ଅଭିଯୁକ୍ତମାନଙ୍କୁ ୪ଦିନିଆ ରିମାଣ୍ଡରେ ନେବ ପୋଲିସ

ଆଜିଠୁ ଅଭିଯୁକ୍ତମାନଙ୍କୁ ୪ଦିନିଆ ରିମାଣ୍ଡରେ ନେବ ପୋଲିସ

ଆଜିଠୁ ଅଭିଯୁକ୍ତମାନଙ୍କୁ ୪ଦିନିଆ ରିମାଣ୍ଡରେ ନେବ ପୋଲିସ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ମୃତ୍ୟୁ ରହସ୍ୟ ଉପରୁ ହଟୁଛି ପରଦା । ଗିରଫ ୩ ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ନେବା ପାଇଁ ଗତକାଲି ପୋଲିସ ଆବେଦନ କରିଥିଲା । ପରେ ୪ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଥିଲା । ତେବେ ଆଜିଠୁ ୩ ଅଭିଯୁକ୍ତଙ୍କୁ ୪ଦିନିଆ ରିମାଣ୍ଡରେ ନେଇ ଜେରା କରିବ ଇନଫୋସିଟି ଥାନା ପୋଲିସ । ଅଭିଯୁକ୍ତ ଦୀନେଶ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଓ ଅମ୍ରିତ ପ୍ରୀତମ ବିଶ୍ୱାଳକୁ ପଚରାଉଚରା କରି ମନୀଷ ମୃତ୍ୟୁ ରହସ୍ୟ ଉପରୁ ସମ୍ପୂର୍ଣ୍ଣ ରୂପେ ପରଦା ହଟାଇବ ପୋଲିସ ।


କିପରି ଭାବେ ମନୀଷଙ୍କ ମୃତ୍ୟୁ ହୋଇଥିଲା , ହୋଟେଲ ବାହାରେ ନା ଭିତରେ ହତ୍ୟା କରାଯାଇଥିଲା , କେଉଁ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇଥିଲା , ହୋଟେଲ ସାଉଥ ସିଟି ଭିତରେ କଣ ଘଟିଥିଲା, ଏହି ସବୁ ଉପରେ ପ୍ରଶ୍ନ କରିବା ସହିତ ଅଭିଯୁକ୍ତ ମାନଙ୍କ ଦ୍ୱରା କ୍ରାଇମ ସିନ ରିକ୍ରିଏସନ୍ କରାଯାଇପାରେ । ତେବେ କେବଳ ଜାଣିବାକୁ ବାକି ରହିଲା ମନୀଷଙ୍କ ମୃତ୍ୟୁ ପଛର ପ୍ରକୃତ ରହସ୍ୟ ।

Leave a Reply

Your email address will not be published. Required fields are marked *

Related Posts