- Home
- »
- Breaking News
- »
- ରାସ୍ତା ପାଲଟିଛି ମରଣଯନ୍ତା, ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ
ରାସ୍ତା ପାଲଟିଛି ମରଣଯନ୍ତା, ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ

SHARE NOW :
କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): କଳାହାଣ୍ଡି ଜିଲ୍ଲା-ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ଠାରୁ କାଣିବାହାଲକୁ ସଂଯ୍ଧେଜ୍ଞ କରୁଥିବା ରାସ୍ତା ଏବେ ପାଲଟିଛି ମରଣଯନ୍ତା । ରାସ୍ତାଟି ଦୀର୍ଘଦିନ ହେବ ମରାମତି ଅଭାବରୁ ଯାତାୟତ କରିବାରେ ବହୁ ଅସୁବିଧା ଉପୁଜୁଛି । ଏଥିନେଇ ବିଭାଗୀୟ ଅଧିକାରୀ ଙ୍କୁ ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତାହା କାର୍ୟ୍ୟକାରୀ ହେଉନାହିଁ । ଫଳରେ ଜନ-ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ରାସ୍ତା ରଣମାଲ ଚଡଊ ମୁଖ୍ୟରାସ୍ତା ରଣମାଲ ଠାରୁ ଭୁର୍ଷିଗୁଡା ଗ୍ରାମ ଦେଇ କାଶିବାହାଲକୁ ସଂଯୋଗ କରୁଛି ଏବଂ ଦୈନନ୍ଦିନ ବ୍ଲକ ଅଫିସ,ଡାକ୍ତର ଖାନା,ବ୍ୟାଙ୍କ,ବଜାର ସମେତ ବିଭିନ୍ନ କାମରେ ଜୟପାଟଣା ଯାଇଥାନ୍ତି । ରାତି ସମୟରେ ସ୍ଥାନୀୟ ଲୋକମାନେ ଘରକୁ ଫେରୁଥିବା ବେଳେ,ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଖମାରେ ପଡ଼ି ଦୁର୍ଘଟଣାର ଶିକାର ହୋଇଥାନ୍ତି । ବର୍ତ୍ତମାନ ଏହି ରାସ୍ତାଟି ଗମନା ଗମନ ପାଇଁ ଅନୁପଯୋଗୀ ହୋଇପଡିଥିବା ଲୋକେ ଅଭିଯୋଗ କରିଛନ୍ତି । ବିଭାଗ ପକ୍ଷରୁ ମରାମତି କାର୍ୟ୍ୟ କରାଯାଉନଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଉକ୍ତ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି । ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି । ହେଲେ ଖବର ପ୍ରସାରଣ ପରେ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରିବ ତାହା ଏବେ ଦେଖିବାକୁ ବାକି ରହିଲା ।