ଉତ୍କଳ ସାମ୍ବାଦିକ ସଂଘର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

SHARE NOW :
ରାୟଗଡ଼ା (ଲାଇଭ ଓଡିଶା ନ୍ୟୁଜ୍) : ରାୟଗଡ଼ା ଜିଲ୍ଲାରେ ଉତ୍କଳ ସାମ୍ବାଦିକ ସଂଘର ଦ୍ଵିତୀୟ ବାର୍ଷିକ ଉତ୍ସବ ତେଜସ୍ଵୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବଟି ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ଦାସଙ୍କ ସଭାପତି ତ୍ଵରେ ହୋଇଥିବାବେଳେ ସୁଭଶ୍ରୀ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଏହା ବ୍ୟତୀତ ଜିଲ୍ଲା ସଂପାଦକ ରାଜେଶ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ତେବେ ମୁଖ୍ୟ ଅତିଥି ଭାବେ ସଭାପତି ଉତ୍କଳ ସାମ୍ବାଦିକ ସଂଘ ଓଡ଼ିଶା ର ସଭାପତି ଶ୍ରୀ ବିଭୁତି ଭୁଷଣ କର ଯୋଗଦେବା ସହ ସମ୍ମାନନିୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରାୟଗଡ଼ ଶ୍ରୀ ବିବେକାନନ୍ଦ ଶର୍ମା , ଏବଂ ଜିଲ୍ଲା ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇ ସାମ୍ବାଦିକ ମାନଙ୍କ ସମସ୍ୟା ଓ ଏହାର ସମାଧାନ ଦିଗରେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବା ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ।