- Home
- »
- Breaking News
- »
- ସୁବର୍ଣ୍ଣପୁର ସଦର ବ୍ଲକ ସାହାଜପିଟା ଠାରେ ଆଜି ଉଦଘାଟନ ହେଲା ସ୍ୱୟଂ ଚାଳିତ ଯାନାଚଳନ ପରୀକ୍ଷା କେନ୍ଦ୍ର
ସୁବର୍ଣ୍ଣପୁର ସଦର ବ୍ଲକ ସାହାଜପିଟା ଠାରେ ଆଜି ଉଦଘାଟନ ହେଲା ସ୍ୱୟଂ ଚାଳିତ ଯାନାଚଳନ ପରୀକ୍ଷା କେନ୍ଦ୍ର

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ରାଜ୍ୟ ସରକାରଙ୍କ ପରିବହନ ବିଭାଗ ତରଫରୁ ସୁବର୍ଣ୍ଣପୁରର ସାହାଜପିଟାଠାରେ ନବ ନିର୍ମିତ ସ୍ବୟଂ ଚାଳିତ ଯାନଚାଳନା ପରୀକ୍ଷଣ କେନ୍ଦ୍ର ଆଜି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି । ଜିଲ୍ଲାପାଳ ଅବୋଲି ସୁନିଲ୍ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ,ପରିବହନ ଆୟୁକ୍ତ ଅରୁଣ ବୋଥ୍ରା ଓ ଉପ ଆୟୁକ୍ତ ଦୀପ୍ତିରଂଜନ ପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ଯାନବାହାନ ଚାଳକଙ୍କ ପାଇଁ ଏହି ଅତ୍ୟାଧୁନିକ ପ୍ରକଳ୍ପଟି ଉପଯୋଗ ହୋଇପାରିବ ବୋଲି କହିଛନ୍ତି । ପରୀକ୍ଷଣ କେନ୍ଦ୍ର ପରିସରରେ ଉଭୟ ଦ୍ବିଚକ୍ର ଓ ଚାରିଚକିଆ ଯାନବାହାନ ଚଳାଚଳର ଶିକ୍ଷଣ ଓ ପରୀକ୍ଷଣର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଏହି ଅବସରରେ ସୁବର୍ଣ୍ଣପୁର ଆଂଚଳିକ ପରିବହନ ବିଭାଗ ପକ୍ଷରୁ ୨୫ଜଣ ନୂଆଁ ଚାଳକଙ୍କୁ ନୂଆଁ ପ୍ରମାଣ ପତ୍ର ଦିଆଯାଇଥିଲା ।