FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସ୍ପନ୍ଦନ ମହିଳା ସମିତି ପକ୍ଷରୁ ବାଳିକା ଆର୍‌ବିସିର ଛାତ୍ରୀଙ୍କୁ ଶୀତ ପୋଷାକ ଉପହାର ପ୍ରଦାନ

ସ୍ପନ୍ଦନ ମହିଳା ସମିତି ପକ୍ଷରୁ ବାଳିକା ଆର୍‌ବିସିର ଛାତ୍ରୀଙ୍କୁ ଶୀତ ପୋଷାକ ଉପହାର ପ୍ରଦାନ

ସ୍ପନ୍ଦନ ମହିଳା ସମିତି ପକ୍ଷରୁ ବାଳିକା ଆର୍‌ବିସିର ଛାତ୍ରୀଙ୍କୁ ଶୀତ ପୋଷାକ ଉପହାର ପ୍ରଦାନ
SHARE NOW :

ଯୋଡ଼ା (ଲାଇଭ ଓଡିଶା ବ୍ୟୁରୋ) : ଶୀତ ଯୋଗୁଁ ଯୋଡ଼ାର ବାଳିକା ଆବାସିକ ବ୍ରିଜ୍ କୋର୍ସ ସେଣ୍ଟରରେ ଛାତ୍ରୀମାନେ ସାମ୍ନା କରୁଥିବା କଷ୍ଟକୁ ଦୂର କରିବା ଲାଗି ସ୍ପନ୍ଦନ ମହିଳା ସମିତି ପକ୍ଷରୁ ମଙ୍ଗଳବାର ପିଲାମାନଙ୍କୁ ଶୀତ ପୋଷାକ ଦାନ କରାଯାଇଛି ।ସ୍ପନ୍ଦନ ମହିଳା ସିମିତିର ଉପସଭାପତି ମିସ୍ ବିନିତା ସିଂହ ଓ ସମ୍ପାଦିକା ମିସ୍ ଦେବୋଲିନା ସରକାର୍‌, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌)ର ୟୁନିଟ୍ ମୁଖ୍ୟା ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ଓ ସମିତିର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ବାଳିକା ଆର୍‌ବିସି କେନ୍ଦ୍ରର ବର୍ତମାନର ଥିବା ୮୦ ଅନ୍ତେବାସୀଙ୍କୁ ଶୀତ ପୋଷାକ ବଂଟନ କରାଯାଇଛି । ଏହି ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ ଦିଲ୍ଲୀର ଏନ୍‌ଜିଓ ଆସ୍‌ପାୟାର୍ ଯାହା ସହିତ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏହି ସେଂଟର୍ ଚଲାଇବା ଲାଗି ସହଯୋଗିତା ସ୍ଥାପନ କରିଛି ତାହାର ଅଧିକାରୀମାନେ ଉପସ୍ଥିତ ଥିଲେ ।ଏହି ଅବସରରେ ବର୍ତମାନର ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ଦୂରତ୍ୱ ନିୟମକୁ ପାଳନ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥିମାନେ ପ୍ରଶଂସା କରିଥିଲେ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ କାରଣ ଯୋଗୁଁ ସ୍କୁଲରୁ ଅଧାରୁ ପାଠ ଛାଡ଼ିଥିବା କିମ୍ବା ଆଦୌଁ ସ୍କୁଲ ଯାଇନଥିବା ପିଲାମାନଙ୍କୁ ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟ ନେଇ ଟାଟ ଷ୍ଟିଲ୍ ପକ୍ଷରୁ ଏହି ଆରବିସି କେନ୍ଦ୍ର ସ୍ଥାପନ କରାଯାଇଛି । @ûeaòiò ସେମାନଙ୍କ ଶିକ୍ଷାର ଅଭାବକୁ ପୂରଣ କରୁଛି ଏବଂ ସେମାନଙ୍କୁ ସରକାରି ସ୍କୁଲ୍‌ରେ ପୁନଃ ପ୍ରବେଶ କରାଇ ଜ୍ଞାନ ଓ କୌଶଳ ପ୍ରଦାନ କରୁଛି । ମାଲ୍‌ଦା ଗ୍ରାମପଂଚାୟତ ଅଧୀନରେ ଥିବା କଳମାଙ୍ଗ ଓ ଘୋଡାବୁଧାନି ଗ୍ରାମର ସାହାର୍ଯ୍ୟ ଆବଶ୍ୟକ କରୁଥିବା ଲୋକମାନଙ୍କୁ ଟାଟା ଷ୍ଟିଲ୍ ପକ୍ଷରୁ ସମାନ ପ୍ରକାରର ସହାୟତା ପ୍ରଦାନ କରାଯାଉଛି । ଏହି ଅଭିଯାନ ଅଧୀନରେ ଗ୍ରାମରେ ବର୍ତମାନ ସୁଦ୍ଧା ୨୫୦ରୁ ଅଧିକ କମ୍ବଳ ବଂଟନ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts