FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଦିବ୍ୟାଙ୍ଗ ଓ ମାନସକି ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ବିଭାଗ

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଦିବ୍ୟାଙ୍ଗ ଓ ମାନସକି ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ବିଭାଗ

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଦିବ୍ୟାଙ୍ଗ ଓ ମାନସକି ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ବିଭାଗ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେସାଲ୍ ଏଜୁକେସନ୍ ନିଡ୍ସ (ଏସ୍ଇଏନ୍) ଗ୍ଲୋବ ରବିବାର ଉଦ୍ଘାଟିତ ହୋଇଯାଇଛି । ଏଥିରେ ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଉପଚାରାତ୍ମକ ଚିକିତ୍ସା ସହ ଶିକ୍ଷା ପ୍ରଦାନ କରାଯିବ । ଆଜି ନ୍ୟାସନାଲ ସେଣ୍ଟର ଫର୍ ଅଟିଜିମ୍ର ପ୍ରତିଷ୍ଠାତା ନିର୍ଦ୍ଦେଶିକା ମେରୀ ବରୁଆ, ପଶ୍ଚିମ ବଙ୍ଗ ଅଟିଜିମ୍ ସୋସାଇଟିର ପ୍ରତଷ୍ଠି।ତା ନିର୍ଦ୍ଦେଶିକା ଇନ୍ଦ୍ରାଣୀ ବାସୁ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରପର୍ସନ ଡ. ମୋନାଲିସା ବଳଙ୍କ ଉପସ୍ଥିତିରେ ଏହି ବିଭାଗ ଉଦ୍ଘାଟିତ ହୋଇଥିଲ। । ଏହି ଅବସରରେ ମେରୀ ବରୁଆ କହିଲେ, ଏସଇ୍ ଏନ୍ ଗ୍ଲୋବ ପ୍ରତଷ୍ଠ। କରି କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଏକ ଉଦାହରଣ ସୃଷ୍ଟି କରିଛି । କିଟ ଶିକ୍ଷାନୁଷ୍ଠାନ ସମୂହ ଓ କିସ୍‌ରେ ୪ଶହରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ କାର‌୍ୟ୍ୟ କରୁଥିବା ଗର୍ବ ଓ ଗୌରବର ବିଷୟ । ଦିବ୍ୟାଙ୍ଗଙ୍କ ପାଇଁ ଏଭଳି ଏକ ସ୍ୱତନ୍ତ୍ର ବିଭାଗ ପ୍ରତଷ୍ଠ। କରିବାରେ କିଟ୍ର କ୍ଷମତା, ଭିତ୍ତିଭୂମି ଓ ପ୍ରଶାସନିକ ଇଚ୍ଛାଶକ୍ତି ରହିଛି ବୋଲି ସେ କହିଥିଲେ । ଏଥି ପ।ଇଁ ସେ ପ୍ରତଷ୍ଠ।ତା ଶ୍ରୀ ସାମନ୍ତଙ୍କୁ ସାଧୁବାଦ ଜଣାଇଥିଲେ । ସେ ଆହୁରି ମଧ୍ୟ କହିଲେ, ଏହି ବିଭାଗ ଦିବ୍ୟାଙ୍ଗ ଓ ମାନସିକ ଅନଗସ୍ର ର ଶିଶୁଙ୍କ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ । ଏହା ମାଧ୍ୟମରେ ବିଶ୍ୱକୁ ଅନ୍ତର୍ଭୁକ୍ତ କଣ ତାହା ଦେଖାଇ ଦିଆଯାଇପାରେ । କିଟ୍ ଓ କିସ ପ୍ରତିଷ୍ଠାତା ଶ୍ରୀ ସାମନ୍ତ କହିଲେ, ଭାରତରସମଗ୍ର ପୂର୍ବାଞ୍ଚଳରେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ପ୍ରକୃତରେ କହିବାକୁ ଗଲେ ଅନ୍ତର୍ଜାତୀୟ । ଏହି ସ୍କୁଲ୍ ସବୁ କ୍ଷେତ୍ରରେ ଉତ୍କର୍ଷତା ପ୍ରତି ବ।ଦନ କରିଆସୁଛି । କିଟ୍ ଶିକ୍ଷାନୁଷ୍ଠାନ ସମୂହ ଓ କିସ୍ର ଆମେ ବ୍ୟବସ୍ଥିତ ଢଙ୍ଗରେ ଅନ୍ତର୍ଭୁକ୍ତି ନୀତି ଆପଣାଇବା ଯୋଗୁଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ କମର୍ଚ।ରୀମାନେ ଏଠାରେ ସୁବଧ।ରେ ଶିକ୍ଷାଗ୍ରହଣ, କାର‌୍ୟ୍ୟ ସମ୍ପାଦନ ଓ ବଢି଼ବାରେ ସକ୍ଷମ ହୋଇପାରିଛନ୍ତି । କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଏହି ବିଭାଗ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ବେଶ ସହାୟକ ହେବ ବୋଲି ସେ କହିଥିଲେ । କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ସର୍ବଦା ଏଭଳି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ସ୍ୱତନ୍ତ୍ର ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଆସୁଛି । କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରପର୍ସନ ଡ.ବଳ ସୂଚନା ଦେଇ କହିଲେ, ଏହି ବିଭାଗରେ ପ୍ରାୟ ୭୦ ଜଣ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ପାଠ ପଢୁ଼ଥିବା ବେଳେ ସେମାନଙ୍କ ପାଇ ଁ ୨୬ଜଣ ପ୍ରଫେସନାଲ୍ଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନଙ୍କ ମଧ୍ୟରେ କେତେକ ଛାତ୍ରଛାତ୍ରୀଙ୍କ ପଢିବ଼।ରେ ସମସ୍ୟା ରହିଥିବା ବେଳେ ଆଉ କେତେକଙ୍କଠାରେ ପାଠ ପଢ଼ାରେ କମ୍ ଧ୍ୟାନ ଦେଇପାରିବା, ମାନସିକ ଅନଗ୍ରସର ଏବଂ ଅନ୍ୟ କେତେକଙ୍କର ଧୀଶକ୍ତିର ଅଭାବ ରହିଛି । ଏହି ଛାତ୍ରଛାତ୍ରୀଙ୍କ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଅକୁପେସନାଲ୍ ଥେରାପି, ସ୍ପିଚ୍ ଥେରାପି, ସ୍ପେସାଲ୍ ଏଜୁକେସନ, କଗି୍ନଟିଭ ଥେରାପି, ବ୍ୟବହାରରେ ଉନ୍ନତି ଆଣିବା ଏବଂ ପରାମର୍ଶ ଦେବା ଆଦି ବ୍ୟବସ୍ଥା କରିଛୁ । ସ୍କୁଲର ଅଧ୍ୟକ୍ଷ ଡ.ସଞ୍ଜୟ ସୋଆର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

Related Posts