- Home
- »
- Breaking News
- »
- ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ସତର୍କ ରହିବାକୁ ପରାମର୍ଶ ଦେଲେ ଏସ୍ଆରସି
ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ସତର୍କ ରହିବାକୁ ପରାମର୍ଶ ଦେଲେ ଏସ୍ଆରସି

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍’ । ରବିବାର ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳ ଛୁଇବାର ସମ୍ଭାବନା ରହିଛି । ବାତ୍ୟା ପୁରୀରେ ପଂହଚିଲା ବେଳକୁ ଏହାର ତୀବ୍ରତା କମିଥିଲେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବାତ୍ୟାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧାରେ ଅତି ପ୍ରବଳ ବର୍ଷା ହୋଇପାରେ। ରବିବାର ସନ୍ଧ୍ୟାବେଳକୁ ଓଡ଼ିଶାରୁ ବାତ୍ୟା ପ୍ରଭାବ ହଟିଯିବା ସମ୍ଭାବନା ରହିଛି। ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ଏଯାବତ୍ ଦେଢ଼ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ଏସ୍ଆରସି ସୂଚନା ଦେଇଛନ୍ତି। ପବନ ବେଗ କମିବା ଆକଳନ ଥିବାରୁ କମ କ୍ଷୟକ୍ଷତି ହେବ ବୋଲି ଅନୁମାନ କରାଯାଉଛି। ତେବେ ପ୍ରବଳ ବର୍ଷା ଯୋଗୁଁ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ତେଣୁ ବାତ୍ୟା ପ୍ରଭାବ ସରିବା କ୍ଷଣି ଫସଲ କ୍ଷତି ନେଇ ଆକଳନ କରାଯିବ। ବିଶେଷକରି ଫସଲ ଅମଳ ସମୟ ହୋଇଥିବାରୁ ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ହେବ ବୋଲି ସେ କହିଛନ୍ତି।