FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ରାଜ୍ୟ ସରକାର ବୃଦ୍ଧି କଲେ ବସ୍ ଭଡା

ରାଜ୍ୟ ସରକାର ବୃଦ୍ଧି କଲେ ବସ୍ ଭଡା

ରାଜ୍ୟ ସରକାର ବୃଦ୍ଧି କଲେ ବସ୍ ଭଡା
SHARE NOW :

ଭୁବନେଶ୍ୱର (ଲାଇଭ୍ଓଡ଼ିଶା ନ୍ୟୁଜ୍‌): ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବ୍ୟଜ୍ଞପ୍ତି ଅନୁଯାଇ ରାଜ୍ୟରେ ବୃଦ୍ଧି ପାଇଛି ବସ୍ ଭଡା । ଲକ୍‌ଡାଉନ୍ ନିୟମ ଅନୁଯାୟୀ ଏ-କାଟାଗୋରୀ ମଧ୍ୟରେ ଥିବା ୨୦ ଜିଲ୍ଲାରେ ବସ୍ ଚଳାଇବାକୁ ଅନୁମତି ପ୍ରଦାନ କରିଥିବା ବେଳେ ବସ୍‌ରେ ଥିବା ସିଟ୍ ସଂଖ୍ୟା ଅନୁପାତରେ ଯାତ୍ରୀ ନେବାକୁ ଅନୁମତି ଥିବା ବେଳେ ଏବେ ରାଜ୍ୟ ସରକାର ବସ୍ ଭଡା ବୃଦ୍ଧି କରିଛନ୍ତି । 

କରୋନା ମହାମାରୀ ସମୟରେ ସିଟ୍ ଅନୁପାତରେ ଯାତ୍ରୀଙ୍କୁ ନେଇ ଯିବାର ଅନୁମତି ଥିବାବେଳେ ପେଟ୍ରୋଲ୍ ଏବଂ ଡିଜେଲ୍ ମୁଲ୍ୟରେ ଅହେତୁକ ବୃଦ୍ଧି ହେତୁ ବସ୍ ଭଢା ବୃଦ୍ଧୀ କରିଥିବା ସୂଚନା ଦେଇଛନ୍ତି । ତେବେ ଏହି ବର୍ଦ୍ଦିତ ଭଡା ଜୁଲାଇ ୧ରୁ ଲାଗୁ ହେବ ।

ତେବେ ମିଳିଥିବା ସୂଚନା ଅନୁଯାୟୀ କିଲୋମିଟର ପିଛା ସାଧାରଣ ବସ୍ ଭଡା ୮୫ ପଇସା ଥିବା ବେଳେ ଏହା ୪ ପଇସା ବୃଦ୍ଧି ପାଇ ୮୯ ପଇସା ହୋଇଛି ।ସେହିପରି ଏକ୍ସପ୍ରେସ୍ ଭଡା ୮୯ ରୁ ବୃଦ୍ଧି ପାଇ ୯୩ ପଇସା, ଡିଲକ୍ସ ଭଡା ବୃଦ୍ଧି ପାଇ ୧ଟଙ୍କା ୨୧ ପଇସାରୁ ୧ ଟଙ୍କା ୨୯ ରେ ପହଞ୍ଚିଛି, ଏସି ଡିଲକ୍ସ ଭଡା ପୁର୍ବରୁ ୧ ଟଙ୍କା ୪୯ ପଇସା ଥିବା ବେଳେ ବୃଦ୍ଧି ପାଇ ୧ ଟଙ୍କା ୫୭ ରେ ପହଞ୍ଚଛି ଏବଂ ସୁପର ପ୍ରିମିଅମ୍ ବସରେ ଭଡା ବୃଦ୍ଧି ପାଇ ୨ ଟଙ୍କା ୩୨ପଇସାରୁ ବୃଦ୍ଧି ପାଇ ୨ ଟଙ୍କା ୪୪ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *

Related Posts