- Home
- »
- Breaking News
- »
- ୪ କ୍ରୀଡା ପ୍ରଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର
୪ କ୍ରୀଡା ପ୍ରଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆକ୍ସନ ମୁଡରେ ରାଜ୍ୟ ସରକାର । ଦୁନୀତିକୁ ବିତାଡିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ଆଜି ଏହି ପରିପ୍ରେକ୍ଷୀରେ ୪ କ୍ରୀଡ଼ା ପ୍ରଶିକ୍ଷକଙ୍କୁ ଚାକିରିରୁ ବିଦା କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା କ୍ରୀଡ଼ା ପରିଷଦର ୪ କୋଚଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୪ ଜଣଙ୍କ ମଧ୍ୟରୁ ଭଲିବଲ କୋଚ୍ ପ୍ରଭାକର ତ୍ରିପାଠୀଙ୍କୁ ଚାକିରିରୁ ବିଦା ହୋଇଛନ୍ତି । ଏହା ସହିତ ବକ୍ସିଂ କୋଚ ଶଙ୍କର ପ୍ରସାଦ , ହ୍ୟାଣ୍ଡବଲ୍ କୋଚ୍ ମନୋଜ କୁମାର ଦାସ, ଭଲିବଲ୍ କୋଚ୍ ଜ୍ଞାନେନ୍ଦ୍ର ପ୍ରସାଦ ବଢ଼େଇଙ୍କୁ ଚାକିରିରୁ ବିଦା କରାଯାଇଛି । ଅପରାଗତା ଓ ପାରଦର୍ଶୀତା ଅଭାବରୁ ସେମାନଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । କ୍ରୀଡ଼ା କ୍ଷେତ୍ରରେ ଖରାପ ପ୍ରଦର୍ଶନ ସହ ସେମାନଙ୍କର ସେଭଳି କିଛି ଅବଦାନ ନଥିବା କୁହାଯାଇଛି ।