- Home
- »
- Breaking News
- »
- ବାତ୍ୟା ଚାଲିଗଲା, କିନ୍ତୁ ଚାଷୀକୂଳକୁ ଦେଇଗଲା ଦୁଃଖ
ବାତ୍ୟା ଚାଲିଗଲା, କିନ୍ତୁ ଚାଷୀକୂଳକୁ ଦେଇଗଲା ଦୁଃଖ

SHARE NOW :
କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ): ଉଜାଡି ଦେଲା ବାତ୍ୟା । ଧୋଇନେଲା ବର୍ଷା । ଆଉ ଦିନ କେଇଟା ପରେ ଚାଷୀ ତାର ଚାଷ ଜମିରୁ ପରିଶ୍ରମର ଫଳ ଅମଳ କରିଥାନ୍ତା । ହେଲେ ଅମଳ ତ ଦୂରର କଥା ଧାନକୁ କାଟି ମଧ୍ୟ ପାରିଲାନି ଚାଷୀ । ଅଦିନିଆ ଆସିଲା ବାତ୍ୟା ଜୱାଦ୍ ଓ ହସୁଥିବା ଧାନ କ୍ଷେତକୁ ବର୍ଷା ରେ ବୁଡାଇ ଛାର ଖାର୍ କରିଦେଲା । ଏବେ ଚାଷୀ ତାର ଚାଷ ପାଇଁ ଋଣ କରିଥିବା ଟଙ୍କା କୁ କିଭଳି ଶୁଝିବ ଚିନ୍ତାରେ ଚାଷୀ ।ବାତ୍ୟା ଜୱାଦ ରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ୟାପକ କ୍ଷୟକ୍ଷତୀ ହୋଇଥିବାର ଦେଖିବାକୁ ମିଳିଛି । ଆଉ ଗରଦପୁର ବ୍ଲକ୍ ର ବିଭିନ୍ନ ପଞ୍ଚାୟତର ହେକ୍ଟର ହେକ୍ଟର ଚାଷଜମି ରେ ଆଣଣ୍ଠୁଏ ଉଚ୍ଚର ପାଣି ଜମିକି ରହିଛି । ପଦ୍ମପୁର ପଞ୍ଚାୟତ ଚାଷୀମାନେ ପାଣିରେ ବୁଡ଼ିକି ରହିଥିବା ଧାନ କେନ୍ଦ।କୁ କିଭଳି ପାଣିରୁ ଛାଣିବେ ଚିନ୍ତାରେ ଅଛନ୍ତି । ଜଳ ନିଷ୍କାସନର ସୁବିଧା ସୁଯୋଗ ନଥିବାରୁ ଶତାଧିକ ହେକ୍ଟର ଚାଷଜମି ପାଣି ଘେରରେ । ତୁରନ୍ତ କ୍ଷୟକ୍ଷତୀ ହୋଇଥିବା ଜମିକୁ ଅନୁଧ୍ୟାନ କରି ସରକାରୀ ସହାୟତା ଯୋଗାଇ ଦେବାଲାଗି ଦାବି କରିବା ସହିତ ଯଦି ସରକାର ନଶୁଣନ୍ତି ଚାଷୀଙ୍କ ଦୁଃଖ ତେବେ ବିଷ ପିଇ ଆତ୍ମହତ୍ୟା କରିବା ଲାଗି କାନ୍ଦିକି କହିଛନ୍ତି ଚାଷୀ ।