FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଜଣେ ମାନସିକବିକାରଗ୍ରସ୍ତ ଚୋରର ଚୋରୀ କାହାଣୀ

ଜଣେ ମାନସିକବିକାରଗ୍ରସ୍ତ ଚୋରର ଚୋରୀ କାହାଣୀ

ଜଣେ ମାନସିକବିକାରଗ୍ରସ୍ତ ଚୋରର ଚୋରୀ କାହାଣୀ
SHARE NOW :

କେନ୍ଦୁଝର(ଲାଇଭ ଓଡିଶା ନ୍ୟୁଜ): ଜଣେ ମାନସିକ ଗ୍ରସ୍ତ ଗରିବିର ଚୋରୀ କାହାଣୀ ଆପଣ ଦେଖିଲେ ଶୁଣିଲେ ତାଯୁବ ହୋଇଯିବେ।ଗ୍ରାମବାସୀଙ୍କ ମିଳିତ ସାହାଯ୍ୟ ରେ ଏକ ମାନିସିକଗ୍ରସ୍ତ ଚୋର କୁ ଧରାଯାଇଛି । ପ୍ରାୟ ସେ ଏଇ କିଛି ଦିନ ହେବ କେନ୍ଦୁଝର ଜିଲ୍ଲା ହାଟଡ଼ିହି ଅଞ୍ଚଳର ଅନେକ ମନ୍ଦିର ରୁ ଘଣ୍ଟ ଘଣ୍ଟି ଦୀପ ମୂର୍ତ୍ତି ନାଗ ଆଦି ଅନେକ ତମ୍ଭା କଂସା ପିତ୍ତଳ ଗିନା ନୋଟା ଗୀନା ସମଗ୍ରୀ ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କା ହେବ ସେ ଚୋରୀ କରିଥିଲା । ସମଣା ପଞ୍ଚାୟତ ଗିରିଗାଁ ଗ୍ରାମର ହିରୁ ଜେନା ନାମକ ଜଣେ ବ୍ୟକ୍ତି ରାତିରେ ଚୋରି କରି ଆଣି ବସ୍ତା ରେ ପୁରାଇ ଘରେ ତିନି ସ୍ଥାନରେ ଗାତ ଖୋଳି ପୋତି ରଖିଥିଲା । ଏହି ଖବର ତାଙ୍କ ଘରର ବଡ଼ ଭାଇ କହିବାପରେ ନନ୍ଦିପଦା ପୋଲିସ ଏବଂ ଗ୍ରାମବାସୀ ପହଁଚିଥିଲେ ତାଙ୍କ ଘରେ । ଏବଂ ଆରମ୍ଭ ହୋଇଥିଲା ତନାଘନା । ପାଖରେ ଥିବା ଘରେ କୌଣସି ପ୍ରକାର ଜିନିଷ ମିଳିନଥିବା ବେଳେ ତାକୁ ପଚାରିବାରୁ ଜାଣିବାକୁ ପାଇଥିଲୁ ସେହି ଘର ପାଖରେ ଡାହାଣ ପଟେ ଏବଂ ବାମ ପଟେ ଦୁଇ ପୋଖରୀ ରେ ସମସ୍ତ ଜିନିଷ ୯ଟି ବସ୍ତା ମଧ୍ୟରେ ପୁରାଇ ଫିଙ୍ଗିଥିବା କହିଥିଲା ଏବଂ ସେଇ ପୋଖରୀରେ ସେ ସମସ୍ତ ଜିନିଷ ପଦାକୁ ଗୋଟିଏ ପରେ ଗୋଟିଏ ଖୋଲିଥିଲା । ମିଳିତ ସହଯୋଗରେ ପୋଲିସ, ସାମ୍ବାଦିକ ଏବଂ ସେହି ଗ୍ରାମର ୱାର୍ଡମେମ୍ବର, ଭଦ୍ରଲୋକଙ୍କ ଉପସ୍ଥିତ ତୁରନ୍ତ ସମସ୍ତଙ୍କୁ ଖବର ଦେଇ ପ୍ରତେକ ଗାଁ ମନ୍ଦିରର ଚୋରି ସାମଗ୍ରୀ ଜିନିଷ ଏବଂ ଲୋକଙ୍କ ନାମ ଲେଖି ସମସ୍ତଙ୍କ ଉପସ୍ଥିତ ରେ ହସ୍ତାନ୍ତର କରାଯାଇଥିଲା । ଉକ୍ତ ବ୍ୟକ୍ତିଙ୍କୁ ପଚାରିବାରୁ ବ୍ୟକ୍ତ ଜଣକ ପାଗଳଙ୍କ ପରି ବୟାନ ଦେଇଥିଲା କହିଥିଲା କି ମୁଁ ଗରିବି ଓଳିଏ ଖାଇଲେ ମୋ ପରିବାର ଓଳିଏ ଉପାସ କାଳେ ଠାକୁରଙ୍କ ଜିନିଷ ଚୋରି କଲେ ଠାକୁର ମତେ ଗରିବି ରୁ ଧନୀ କରିଦେବେ। ତାଙ୍କର ଏମିତି ବୟାନ ସମସ୍ତଙ୍କୁ ତାଜୁବ କରିଦେଇଥିବା ବେଳେ ଜଣେ ଗରିବର ମାନସିକ ସ୍ଥିତି ବିଷୟରେ ଜଣାପଡିଥିଲା ।

Leave a Reply

Your email address will not be published. Required fields are marked *

Related Posts