FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଇପିଏଫ ପେନସନରର୍ସ ଏସୋସିଏସନ ପକ୍ଷରୁ ଆନ୍ଦୋଳନ ପାଇଁ ନିଷ୍ପତ୍ତି

ଇପିଏଫ ପେନସନରର୍ସ ଏସୋସିଏସନ ପକ୍ଷରୁ ଆନ୍ଦୋଳନ ପାଇଁ ନିଷ୍ପତ୍ତି

ଇପିଏଫ ପେନସନରର୍ସ ଏସୋସିଏସନ ପକ୍ଷରୁ ଆନ୍ଦୋଳନ ପାଇଁ ନିଷ୍ପତ୍ତି
SHARE NOW :

ସୁବର୍ଣ୍ଣପୁର( ଲାଇଭ ଓଡିଶା ନ୍ୟୁଜ) : ସୁବର୍ଣ୍ଣପୁର ଜିଲ୍ଲା ଇପିଏଫ ପେନସନରର୍ସ ଏସୋସିଏସନ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ସରକାର ଦାବୀ ପୂରଣ ନ କରିବା ଯାଏଁ ବରିଷ୍ଠ ଅବସରପ୍ରାପ୍ତ କର୍ମଚାରୀମାନେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଆଗରେ ଧାରଣା ,ବିିକ୍ଷୋଭ ତଥା ଆମରଣ ଅନଶନ ପର‌୍ୟ୍ୟାୟ କ୍ରମେ କରିବେ ବୋଲି ଚେତାବନୀ ଦେଇଛନ୍ତି ।ସରକାର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଉପେକ୍ଷିତ କରୁଥିବା ଅଭିଯୋଗ କରିଛନ୍ତି ।

ସର୍ବନିମ୍ନ ମାସିକ ପେନସନ ନଅ ହଜାର ଟଂକା ସହ ମହଂଗା ଭତ୍ତା ପ୍ରଦାନ ,ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଦିତ ପେନସନ ପ୍ରଦାନ ,ସମସ୍ତ ଇପିଏଫ ପେନସନ ଭୋଗୀମାନଙ୍କୁ ଚିକିତ୍ସା ଭତ୍ତା କିମ୍ବା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରିବା ତଥା ସମସ୍ତ ଇଫିଏଫ ପେନସନଭୋଗୀ ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷାା ଯୋଗାଇ ଦେବାକୁ ଦାବୀ କରିଛନ୍ତି ।ପୂର୍ବରୁ ଅନେକବାର ଜିଲ୍ଲା ପ୍ରଶାସନ ମାଧ୍ୟମରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାଙ୍କ ପାଖରେ ଦାବୀ ଉପସ୍ଥାପନ କରିଛନ୍ତି ।ତେବେ ସରକାର ବରିଷ୍ଠ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଦାବୀ ଶୁଣୁ ନ ଥିବାରୁ ଆଗକୁ ଆନ୍ଦୋଳନ କରିବା ପାଇଁ ଭଗବତୀ କଲ୍ୟାଣ ମଣ୍ଡପଠାରେ ଆୟୋଜିତ କାର‌୍ୟ୍ୟକର୍ତ୍ତାଙ୍କ ବୈଠକରେ ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *

Related Posts