FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଠିକା କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆନ୍ଦୋଳନର ଚେତାବନୀ

ଠିକା କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆନ୍ଦୋଳନର ଚେତାବନୀ

ଠିକା କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆନ୍ଦୋଳନର ଚେତାବନୀ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ଠିକା କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧମକ ପ୍ରଦାନ କରାଯାଇଛି ।ଦୀର୍ଘ ଦିନର ଠିକା କର୍ମଚାରୀଙ୍କ ଦାବୀ ପୂରଣ କରାଯାଉ ନ ଥିବାରୁ ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ ଜୋରଦାର କରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।ଚାକିରିରେ ପ୍ରମୋଶନ ପାଇଁ ତୃତୀୟ ଶ୍ରେଣୀ ସରକାରୀ କର୍ମଚାରୀମାନେ ପ୍ରାୟ ଛଅ ବର୍ଷରୁ ଅଧିକ କ୍ଷତି ସହୁଛନ୍ତି ।ଚାକିରିରେ ୧୦ ବର୍ଷ ରହିବା ପରେ କର୍ମଚାରୀମାନେ ପ୍ରମୋଶନ ପାଇବା ପାଇଁ ଯୋଗ୍ୟ ହେଉଥିବା ବେଳେ ଚୁକ୍ତି ଭିତ୍ତିରେ କାର‌୍ୟ୍ୟ କରୁଥିବା ପ୍ରଥମ ଛଅ ବର୍ଷ ଗଣତି କରାଯାଉ ନାହିଁ ।ଫଳରେ କର୍ମଚାରୀମାନେ ବହୁ ବିଳମ୍ବରେ ପ୍ରମୋଶନ ପାଉଛନ୍ତି ।ସେହିପରି ଠିକା ଅବା ଚୁକ୍ତି ଭିତ୍ତିକ ଚାକିରୀକୁ ଉଛେଦ କରାଯାଇ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବୀ ହୋଇଛି ।ଏହି କୁତ୍ସିତ ପ୍ରଥା ବିରୁଦ୍ଧରେ ଜୋରଦାର ଲଢେଇ କରାଯିବ ବୋଲି ସଂଘ ନିଷ୍ପତ୍ତି ନେଇଛି ।ଆଜି ସହରର ଏନଜିଓସିସି ସମ୍ମିଳନୀ କକ୍ଷରେ ଆୟୋଜିତ ସାଧାରଣ ସଭାରେ ଠିକା କର୍ମଚାରୀ ରାଜ୍ୟ ସଭାପତି ବିଜୟ ମଲ୍ଲ ଯୋଗ ଦେଇ ରାଜ୍ୟ ସରକାର କର୍ମଚାରୀଙ୍କ ଦାବୀ ପୂରଣ ନ କଲେ ରାଜଧାନୀରେ ଦୁର୍ବାର ଆନ୍ଦୋଳନ କରିବା ପାଇଁ କର୍ମଚାରୀଙ୍କୁ ଆହ୍ବାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts