- Home
- »
- Breaking News
- »
- ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରତିଜ୍ଞା ଦିବସ ପାଳିତ
ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରତିଜ୍ଞା ଦିବସ ପାଳିତ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ପ୍ରତିଜ୍ଞା ଦିବସ ପାଳନ କରାଯାଇଛି ।ବରିଷ୍ଠ ଆଇନଜିବୀ ବଳଦେବ ବେଦବାଗଙ୍କ ନେତୃତ୍ବରେ ସ୍ଥାନୀୟ ବାଲାଜୀ ମନ୍ଦିର ପ୍ରାଂଗଣରେ ଫାଉଣ୍ଡେସନର ଶତାଧିକ କାର୍ୟ୍ୟକର୍ତ୍ତା ସାଧାରଣ ସଭାରେ ଯୋଗ ଦେଇଥିଲେ ।ବାଲାଜୀଙ୍କ ସମ୍ମୁଖରେ ଦୀପ ଜାଳି ପ୍ରଥମେ ନିଜ ନିଜ ପରିବାରରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପରିବାର ଲୋକଙ୍କୁ ସଚେତନ କରିବା ସହିତ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଶପଥ ନେଇଥିଲେ ।ଭାରତ ବର୍ଷରେ ଜନସଂଖ୍ୟା ହୁତୁ ହତୁ ହୋଇ ବଢି ଚାଲିଥିବା ବେଳେ ମଣିଷ ଜୀବନରେ ଆବଶ୍ୟକ କରୁଥିବା ଭିତ୍ତିଭୂମୀ କମି କମି ଯାଉଛି ।ଫଳରେ ଜନସଂଖ୍ୟା ଦେଶର ବିକାଶ ଦିଗରେ ବାଧକ ହୋଇଛି ବୋଲି କାର୍ୟ୍ୟକର୍ତ୍ତାମାନେ ଅଭିଯୋଗ କରିଥିଲେ ।ତେବେ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଓ ଦେଶର ରାଷ୍ଠ୍ରପତିଙ୍କୁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାର୍ଲିଆମେଣ୍ଟରେ ପାରିତ କରିବାକୁ ଦାବୀ କରିଛନ୍ତି ।ତେବେ ଜନସଂଖ୍ୟା ଫାଉଣ୍ଡେସନର ଏହି ପ୍ରତିଜ୍ଞା ଦିବସ ପାଳନକୁ ସହରର ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି ।