ବାଣ ଉପରେ ଲାଗିଥିବା କଟକଣାକୁ ନେଇ ନବୀନଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ରାଜ୍ୟକୁ ପ୍ରଦୁଷଣ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଦିପାବଳୀରେ ବାଣ ବିକ୍ରି ଓ ଫୁଟାଇବା ଇପରେ କଟକଣା ଲଗାଇଥିଲେ । ଏହାକୁ ନେଇ ତାମିଲନାଡୁ ମୁଖ୍ୟମ୍ନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି । ଦିପାବଳୀରେ ବାଣ ଫୁଟାଇବା ଓ ବିକ୍ରି ଉପରେ ରାଜ୍ୟ ସରକାର ଲଗାଇଥିବା କଟକଣା ହଟାଇବାକୁ ଷ୍ଟାଲିନ ଏହି ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।
ମହାମାରୀ କୋଭିଡ-୧୯ ଦେଶର କୁଟୀର,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରଭାବିତ କରିବା ହେତୁ ଏହା ତାମିଲନାଡୁର ଅର୍ଥନୀତି ଅଭିବୃଦ୍ଧି ଓ ନିଯୁକ୍ତି ଉପରେ ଅଧିକ ପ୍ରଭାବ ପକାଇଥିବା କଥା ଷ୍ଟାଲିନ ଏହି ଚିିଠିରେ ଉଲ୍ଲେଖ କରିଛନ୍ତି । କିଭଳି ଏସବୁ ପୂର୍ବ ଅବସ୍ଥାକୁ ଫେରିବ ସେ ନେଇ ସରକାର ଏଥି ପ୍ରତି ବିଶେଷ ଗୁରୁତ୍ୱ ଦେଉଛନ୍ତି । ଷ୍ଟାଲିନଙ୍କ କହିବା ଅନୁଯାୟୀ, ବାଣ ଉପରେ ଲଗାଯାଇଥିବା କଟକଣା ଆର୍ଥିକ ଦୃଷ୍ଟିରୁ ଅନ୍ୟ ରାଜ୍ୟ ମାନଙ୍କ ଉପରେ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ଏହି କଟକଣା ହେତୁ ପ୍ରାୟ ୮ଲକ୍ଷ ଲୋକଙ୍କର ଜିବୀକା ଚାଲିଯିବାର ଅନୁମାନ କରାଯାଉଛି । ତେଣୁ କଟକଣାକୁ ହଟାଇବାକୁ ଅନୁରୋଧ କରିଛନ୍ତି ଷ୍ଟାଲିନ । ନବୀନଙ୍କ ସମେତ ଷ୍ଟାଲିନ୍ ରାଜସ୍ଥାନ, ଦିଲ୍ଲୀ ଓ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମାନ ଅନୁରୋଧ କରିଛନ୍ତି ।