FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ କୋଭିଡ-୧୯ର ମୁକାବିଲା ଲାଗି ଟିକାକରଣ ଅଭିଯାନ

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ କୋଭିଡ-୧୯ର ମୁକାବିଲା ଲାଗି ଟିକାକରଣ ଅଭିଯାନ

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ କୋଭିଡ-୧୯ର ମୁକାବିଲା ଲାଗି ଟିକାକରଣ ଅଭିଯାନ
SHARE NOW :

ଯୋଡା(ଲାଇଭ ଓଡିଶା ବ୍ୟୁରୋ) : କୋଭିଡ୍‌-୧୯ ମହାମାରୀର ପ୍ରଭାବକୁ ଦୂର କରିବା ଏବଂ ଗୁଆଲି ଓ ମାଲ୍‌ଦା ଗ୍ରାମ ପଂଚାୟତ ଅଧୀନରେ ଗଣ୍ଡଲପଡ଼ା ଓ କଲମୋଙ୍ଗ୍ ଗ୍ରାମର ଆଖପାଖରେ ବାସ କରୁଥିବା ସ୍ଥାନୀୟ ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ଗୋଷ୍ଠୀ ଟିକାକରଣ ଅଭିଯାନ ଆରମ୍ଭ କରାଯାଇଛି । ଏହି ଟିକାକରଣ ଅଭିଯାନକୁ ୨୦୨୧ ଡିସେମ୍ବର ୬ରେ ମାଲ୍‌ଦା ପଂଚାୟତ ଭବନରେ ଆରମ୍ଭ କରାଯାଇଛି । ଏହି ଅଭିଯାନ ଅଧୀନରେ ବର୍ତମାନ ସୁଦ୍ଧା ୨୭୫ରୁ ଅଧିକ ଲୋକଙ୍କୁ କୋଭିଡ୍‌-୧୯ ଟିକା ଦିଆଯାଇଛି । ନାଗରିକମାନଙ୍କ ଉପଯୁକ୍ତ ଟିକାକରଣ କରି ମହାମାରୀର ଭୟାନକ ପ୍ରଭାବକୁ ସମ୍ପୂର୍ଣ୍ଣ ଦୂର କରିବା ଲାଗି ଚାଲିଥିବା ଜାତୀୟ ଅଭିଯାନକୁ ସହାୟତା କରିବା ଦିଗରେ ଏକ ଉଦ୍ୟମ ହେଉଛି ଏହି ଟିକାକରଣ । ନିଜ ଅନୁଭୂତି ସମ୍ପର୍କରେ ଦେହୁରି ସାହିର ବାସିନ୍ଦା ମନ୍ଦିରା ନାଏକ କହିଛନ୍ତି ଯେ, “ଆଗରୁ ମୁଁ ଟିକା ନେବା ପାଇଁ ସଙ୍କୋଚ କରୁଥିଲି, କିନ୍ତୁ ପରେ ମୁଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ମେଡିକାଲ୍ ବିଶେଷଜ୍ଞଙ୍କ ସହ କଥା ହୋଇଥିଲି ଏବଂ ସେମାନେ ମୋ ଦ୍ୱନ୍ଦ୍ୱ ଦୂର କରିବାରେ ସଫଳ ହୋଇଥିଲେ ଯାହା ଟିକା ନେବା ଲାଗି ମୋତେ ଦୃଢ଼ତା ପ୍ରଦାନ କରିଥିଲା । “ସ୍ଥାନୀୟ ସମାଜରେ ସମାନ ସୁଯୋଗ ସୃଷ୍ଟି କରିବା ଓ ଗୁଣାତ୍ମକ ଜୀବନ ମାନ ବଜାୟ ରଖିବା ହେଉଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ମୂଳମନ୍ତ୍ର । ଟିକାକରଣ ଅଭିଯାନ ଜରିଆରେ ଏହା ନିଶ୍ଚିତ କରାଯାଇଛି ଯେ ମହାମାରୀର ଏହି ବର୍ଦ୍ଧିତ ସମୟରେ ସ୍ଥାନୀୟ ସମାଜର ଉପେକ୍ଷୀତ ବର୍ଗର ଲୋକମାନଙ୍କୁ ସମୟୋପଯୋଗୀ ପଦକ୍ଷେପ ଓ ରୋଗରୁ ଯଥା ସମ୍ଭବ ସୁରକ୍ଷା ନିଶ୍ଚିତ କରାଯାଇପାରିବ ବୋଲି କଲମୋଙ୍ଗ ଓ ଗନ୍ଦଲପଡ଼ାର ଟାଟା ଷ୍ଟିଲ୍ ସିଏସ୍‌ଆର୍ ଡିଭିଜନ୍ ର ୟୁନିଟ୍ ମୁଖ୍ୟ ସଂଜୟ ସରଦାର୍ କହିଛନ୍ତି । ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଟାଟା ଷ୍ଟିଲ୍ ଫାଉଣ୍ଡେସ୍‌ନ ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିସନ୍ ସହ ମିଶି ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ନେଟୱର୍କ ଜରିଆରେ ଲୋକ ଯୋଗାଡ଼ କରିବା ଏବଂ କୋଭିଡ୍‌-୧୯କୁ ନେଇ ସଚେତନତା ଅଧିବେଶନ ଓ ଭ୍ରମ ଦୂରୀକରଣ ତଥ୍ୟ ପ୍ରଚାର କରାଯାଉଛି ।

Leave a Reply

Your email address will not be published. Required fields are marked *

Related Posts