- Home
- »
- Breaking News
- »
- ଓଡିଶା ଆଣିବାକୁ ଯାଉଛି ଗୁଣ୍ଡା ବିଲ୍, ସାବାଡ ହେବେ ଅସାମାଜିକ ବ୍ୟକ୍ତି ଓ ଅଧିକାରୀ
ଓଡିଶା ଆଣିବାକୁ ଯାଉଛି ଗୁଣ୍ଡା ବିଲ୍, ସାବାଡ ହେବେ ଅସାମାଜିକ ବ୍ୟକ୍ତି ଓ ଅଧିକାରୀ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ସାବାଡ ହେବେ ଅସାମାଜିକ ଅଧିକାରୀ ଓ ଅପରାଧୀ । ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ହଁ ଆଜ୍ଞା ଖୁବଶୀଘ୍ର ଓଡିଶା ସରକାର ଆଣିବାକୁ ଯାଉଛନ୍ତି ଗୁଣ୍ଡା ବିଲ୍ । ଓଡ଼ିଶା ଆଣିବାକୁ ଯାଉଛି ଗୁଣ୍ଡା ଓ ଅସମାଜିକ କାର୍ୟ୍ୟକଳାପ ନିରୋଧ ବିଲ-୨୦୨୧ । ଉତ୍ତରପ୍ରଦେଶ ଢାଂଚାରେ ଓଡିଶାରେ ଲାଗୁ ହେବ ଗୁଣ୍ଡା ବିଲ୍ । ରାଜରାସ୍ତାରେ ଉତ୍ପାତ କରୁଥିବା ଗୁଣ୍ତା, ଲୋକଙ୍କୁ ଡରାଇ ଧମକାଇ ଦାଦାବଟି ଆଦାୟ କରୁଥିବା ବ୍ୟକ୍ତି, ସଂଗଠିତ ଅପରାଧ କରିବାର ମାନସିକତା ରଖୁଥିବା ବ୍ୟକ୍ତି ଆଉ ବର୍ତ୍ତିପାରିବେ ନାହିଁ । ଏପରିକି ଏମାନଙ୍କ ପଛରେ ଥିବା ବ୍ୟକ୍ତି ମଧ୍ୟ ଆଇନ ଜାଲରେ ଛନ୍ଦି ହେବେ । ସଂଗଠିତ ଅପରାଧ ଉପରେ ଲାଗିବ ବ୍ରେକ୍ । ନୂଆ ବିଲରେ କଠୋର ଦଣ୍ଡବିଧାନ ସହ ସମ୍ପତ୍ତି ବ୍ୟାଜାପ୍ତି ପାଇଁ ଯୋଜନା ରଖିଛନ୍ତି ସରକାର । ଗୁଣ୍ଡା ବିଲ୍ ଅପରାଧ ନିୟନ୍ତ୍ରଣ ପାଇଁ ପ୍ରଚଳିତ ଥିବା ଅନେକ ଆଇନକୁ ମିଶାଇ ଏଭଳି ଏକ ଶକ୍ତ ଆଇନ ଆଣିବାକୁ ଚିନ୍ତା କରିଛନ୍ତି ସରକାର । ଲୋକଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତି ଓ ଗୋଷ୍ଠୀଙ୍କ କାର୍ୟ୍ୟକୁ ଆଣ୍ଟିସୋସିଆଲ କାର୍ୟ୍ୟକଳାପ କୁହାଯିବ । ଜୋରଜବରଦସ୍ତ ଧମକ ଦେଇ ଟଙ୍କା ବା ସମ୍ପତ୍ତି ଆଦାୟ କରିବାକୁ ଚେଷ୍ଟା କରୁଥିବା ଓ ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଗୁଣ୍ଡା କୁହାଯିବ ।ସାଧାରଣ ଲୋକଙ୍କ ସମ୍ପତ୍ତି ବା ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହେବାର ଆଶଙ୍କା ଥିଲେ । ଏହା ଗୁଣ୍ଡା ଆଇନ ଅଧୀନକୁ ଆସିବ ।ଗୁଣ୍ଡା ଆଇନ ଜାଲରେ ଛନ୍ଦି ହେଲେ । ଅପରାଧରେ ସମ୍ପୃକ୍ତ ବ୍ୟକ୍ତି ବା ଗୋଷ୍ଠୀଙ୍କୁ ୭ ବର୍ଷରୁ ୧୦ ବର୍ଷ ପର୍ୟ୍ୟନ୍ତ ହେବ ଜେଲ । ଅପରାଧରେ ସାହାଯ୍ୟ କରୁଥିବା ଅଫିସରଙ୍କ ବିରୋଧରେ ବି ହେବ କାର୍ୟ୍ୟାନୁଷ୍ଠାନ । ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ପ୍ରମାଣ ମିଳିଲେ ୩ ବର୍ଷରୁ ୧୦ ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡ ହୋଇପାରେ । ଏହି ମାମଲା ପରିଚାଳନା ପାଇଁ ସରକାର ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି । ଭିସି ଜରିଆରେ ବିଚାର ପ୍ରକ୍ରିୟାର ଶୁଣାଣି କରାଯିବ । ଦରକାର ପଡ଼ିଲେ ସାକ୍ଷୀମାନଙ୍କର ନାମକୁ କୋର୍ଟ ରାୟରେ ଗୋପନ ରଖାଯିବ ।