ଶିମିଳିପାଳରେ ଆରମ୍ଭ ହେଲା ବାଘ ଗଣନା

SHARE NOW :
ବାରିପଦା( ଲାଇଭ ଓଡିଶା ବ୍ୟୁରୋ) : ଆଜିଠୁ ଶିମିଳିପାଳରେ ଆରମ୍ଭ ହେଲା ବାଘ ଗଣନା। ପ୍ରତି ଚାରି ବର୍ଷରେ ହେଉଥିବା ବ୍ରାଘ୍ୟ ଗଣନା ଚଳିତ ବର୍ଷ ଶିମିଳିପାଳରେ ଆରମ୍ଭ ହୋଇଛି। ଶିମିଳିପାଳ ଅଭୟାରଣ୍ୟରେ କେତେ ବାଘ ଅଛନ୍ତି ? ସେଥିନେଇ ଆଜି ସକାଳ ୬ରୁ ଗଣନା ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ, କରଞ୍ଜିଆ, ରାଇରଙ୍ଗପୁର, ବାଙ୍ଗରିପୋଷି, ଦେଉଳି, ଉଦଳା, କପ୍ତିପଦା, ରାସଗୋବିନ୍ଦପୁର ରେଞ୍ଜ ଅଧିନ ଜଙ୍ଗଲରେ ଗଣନା ଚାଲିଛି ।ଆଜି ସାଉଥ ଜୋନରେ ବାଘ ଗଣନା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ନର୍ଥ ଜୋନରେ ଗଣତି ହେବ । ବାଘର ଫୁଟ୍ ପ୍ରିଣ୍ଟ ଓ ଟ୍ରାପ କ୍ୟାମେରା ସହାୟତାରେ ସ୍ୱତନ୍ତ୍ର ଆପ୍ ଜରିଆରେ ଚାଲିଛି ବ୍ୟାଘ୍ର ଗଣନା। ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ୫୦୦ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ଏଥିରେ ଏସଟିଆର, ଡିଏଫଓ ସମେତ ସମସ୍ତ ବିଟ୍ର ବନ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଅଛନ୍ତି । ଆସନ୍ତା ସାତ ଦିନ ଯାଏ ଚାଲିବ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା । ମୋଟ୍ ୪ଟି ପର୍ଯ୍ୟାୟ ରେ ଗଣତି କରାଯିବ ।