ବୋଲେରୋ କୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଗୁରୁତର

SHARE NOW :
କେଉଁଝର(ଲାଇଭ ଓଡିଶା ନ୍ୟୁଜ): କେଉଁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ବାସୁଦେବପୁର ଡାକ୍ତରଖାନା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରକ ସମ୍ମୁଖ ପଟୁ ଆସୁଥିବା ବୋଲେରୋ ଗାଡିକୁ ଧକ୍କା ଦେବା ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଡ୍ରାଇଭର ଙ୍କ ଘର ବଲାଣି ଓ ତାଙ୍କ ନାମ ସୁନିଆଁ ଚାମ୍ପିଆ ବୋଲି ଜଣା ପଡିଛି କ୍ଷ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ଚମ୍ପୁଆ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି କ୍ଷ ଅନ୍ୟ ପଟେ ଦୁର୍ଘଟଣା ଘଟଇଥିବା ଟ୍ରକକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।