- Home
- »
- Breaking News
- »
- ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡିଶା
ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡିଶା

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଚାଲିଛି ଦଶହରା । ନିରାଡମ୍ବରେ ଚାଲିଛି ଜଗତଜନନୀ ମାଙ୍କ ପୂଜା । ସାରା ଓଙ୍ଗିଶାରେ ପାର୍ବଣର ମାହୋଲ । ଗୋଟେପଟେ କରୋନା ଦଶହରାର ଉତ୍ସାହକୁ ଫିକା କରିଥିବା ବେଳେ ଅନ୍ୟପଟେ ଲଘୁଚାପ ଏଥିରେ ପାଣି ମିଶାଇ ଦେଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟରେ ସମାଳୁ ଆରମ୍ଭ ହୋଇଯାଇଛି ବର୍ଷା । ରାଜଧାନୀ ସମେତ କଟକ ମଧ୍ୟ ଭିଜୁଛି ଲଘୁଚାପ ବର୍ଷାରେ । ପାଣିପାଗ ବିଭାଗର ଆକଳନ ଅନୂଯାଇ ଆସନ୍ତା କାଲି ରାଜ୍ୟରେ ସର୍ବାଧିକ ଲଘୁଚାପର ପ୍ରଭାବ ଦେଖିବାକୁ ମିଳିବ । ଏହାସହିତ ବଜ୍ରାପାତ ଓ ଘଡଘଡି ମଧ୍ୟ ହେବାର ସମ୍ଭାବନା ରହିଛି । ତେଣୁ ରାଜ୍ୟର ୧୯ ଟି ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।