- Home
- »
- Breaking News
- »
- ମାଡି ଆସୁଛି ବାତ୍ୟା ‘ଜୱାଦ୍’ ପୁରୀ ଉପକୂଳରେ କରିବ ଲ୍ୟାଣ୍ଡଫଲ୍ !
ମାଡି ଆସୁଛି ବାତ୍ୟା ‘ଜୱାଦ୍’ ପୁରୀ ଉପକୂଳରେ କରିବ ଲ୍ୟାଣ୍ଡଫଲ୍ !

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ସବୁ କଲ୍ପନା ଜଲ୍ପନା ଶେଷ ହୋଇଛି । ପୁରୀ ଜିଲ୍ଲାରେ ବାତ୍ୟା ଜୱାଦ୍ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟା ଜୱାଦର ମୁକାବିଲା ପାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଲୋକମାନଙ୍କୁ ସତର୍କ କରାଇଛନ୍ତି । ଆଏମଡି ଆକଳନ ଅନୁସାରେ ବାତ୍ୟା ଜୱାଦ ସ୍ଥଳଭାଗ ନିକଟତ୍ତର ହେଲେ ପବନର ଘଣ୍ଟାପ୍ରତି ବେଗ ୯୦-୧୦୦ କିଲୋମିଟର ଭିତରେ ରହିବ । ୪ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ଭିତରେ ସ୍ଥଳଭାଗ ଛୁଇଁବ ବୋଲି ସମ୍ଭାବନା ରହିଛି । ସୁବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ପାଣିପାଗ ବିଭାଗର ଆକଳନ ଅନୁସାରେ ଯେଉଁ ବାତ୍ୟା ଅନେକ ଥର ସମୁଦ୍ର ଭିତରେ ଗତି ବଦଳାଏ, ତାହା ହୁଏତ ସ୍ଥଳ ଭାଗ ନଛୁଇଁ ପରେ । ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ଅଳ୍ପ ସ୍ଥଳଭାଗ ଛୁଇଁଲା ପରେ, ପୁଣି ସମୁଦ୍ରକୁ ଚାଲିଯାଇପାରେ । କିମ୍ବା ଏହା ସ୍ଥଳଭାଗ ନଛୁଇଁ ଓଡିଶା ଉପକୂଳ ଦେଇ ଗତି କରିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ସହ ପାଗ ବଦଳି ଯାଇଛି। ଆକାଶ ମେଘାଛନ୍ନ ହେବା ସହ ହାଲୁକା ପବନ ଦେବା ଆରମ୍ଭ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଏହା ଗୋପାଳପୁରଠାରୁ ୬୭୦ କିମି, ପାରଦୀପଠାରୁ ୭୬୦ କିମି ଦୂରରେ ରହିଛି । ଗତ ୬ ଘଂଟା ହେବ ଏହା ୩୨ କିଲୋମିଟର ବେଗରେ ଗତି କରୁଛି । ସ୍ଥଳଭାଗ ଛୁଇଁବା ବେଳକୁ ଘଂଟାପ୍ରତି ପବନର ବେଗ ୮୦ ରୁ ୯୦ କିଲୋମିଟର ରହିବାର ସମ୍ଭାବନା ରହିଛି । ଅତିବେଶୀରେ ପବନର ବେଗ ଶହେ କିଲୋମିଟର ପର୍ୟ୍ୟନ୍ତ ବଢିପାରେ । ଏହାର ପ୍ରଭାବରେ ପାଗ ବଦଳିବା ଆରମ୍ଭ ହୋଇଛି । ଆଜି ସନ୍ଧ୍ୟା ଠାରୁ ବର୍ଷା ହେବାର ସମ୍ଭାବନା ରହିଛି । ସମୟ ବଢୁଛି, ଭୟ ବି ବଢୁଛି । ବାତ୍ୟା ଜୱାଦ ପାଇଁ ସରକାରଙ୍କଠୁ ଚାଷୀ ସମସ୍ତେ ଚିନ୍ତାରେ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଜି ସକାଳ ୫.୩୦ରେ ଗଭୀର ଅବପାତର ରୂପ ନେଇଛି । ଆଗାମି ୧୨ ଘଂଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଥିବା ଆଂଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।