FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଚାଲିପାରୁନାହିଁ ବିଧାନସଭା ଶୀତକାଳିନ ଅଧିବେଶନ, ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା

ଚାଲିପାରୁନାହିଁ ବିଧାନସଭା ଶୀତକାଳିନ ଅଧିବେଶନ, ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା

ଚାଲିପାରୁନାହିଁ ବିଧାନସଭା ଶୀତକାଳିନ ଅଧିବେଶନ, ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଥମୁନି ମମିତା ମେହେର ତାତି । ଆଜିକୁ ତିନିଦିନ ହେବ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଗୃହରେ ଠିକରେ ଚାଲିପାରୁନି ଅଧିବେଶନ । ବିରୋଧୀ ଦଳ ବାରମ୍ବାର ଗୃହର ଶାନ୍ତି ଭଙ୍ଗ କରୁଥିବା ବେଳେ ଅଧିବେଶନକୁ ମୁଲତବୀ ରଖାଯାଉଛି । ମମିତା ମେହେର ହତ୍ୟା ଘଟଣା ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ ଦଳ । ଫଳରେ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ଘୋଷଣା କରୁଛନ୍ତି । ଆଜି ସକାଳୁ ଗୃହ କାର‌୍ୟ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ୧୧ଟା ୩୦ ପର‌୍ୟ୍ୟନ୍ତ ଗୃହକୁ ମୁଲତବି ଘୋଷଣା କଲେ । ଏହାପରେ ଗୃହ କାର‌୍ୟ୍ୟ ଆରମ୍ଭ ହେବା ମାତ୍ରେ ପୁଣି ହଟ୍ଟଗୋଳ କରିଥିଲେ ବିରୋଧୀ । ଫଳରେ ବାଚସ୍ପତି ଅପରାହ୍ନ ୪ଟା ପର‌୍ୟ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts