FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପାଟକମୁଣ୍ଡା ଗ୍ରାମ ପଞ୍ଚାୟତର ପ୍ରାଣୀମିତ ଓ କୃଷିମିତ ବହିଷ୍କାରକୁ ନେଇ ବିଡିଓଙ୍କୁ ଦାବିପତ୍ର ଦେଲେ ମହିଳା

ପାଟକମୁଣ୍ଡା ଗ୍ରାମ ପଞ୍ଚାୟତର ପ୍ରାଣୀମିତ ଓ କୃଷିମିତ ବହିଷ୍କାରକୁ ନେଇ ବିଡିଓଙ୍କୁ ଦାବିପତ୍ର ଦେଲେ ମହିଳା

ପାଟକମୁଣ୍ଡା ଗ୍ରାମ ପଞ୍ଚାୟତର ପ୍ରାଣୀମିତ ଓ କୃଷିମିତ ବହିଷ୍କାରକୁ ନେଇ ବିଡିଓଙ୍କୁ ଦାବିପତ୍ର ଦେଲେ ମହିଳା
SHARE NOW :

ଅନୁଗୋଳ(ଲାଇଭ ଓଡିଶା ନ୍ୟୁଜ); ବିଡିଓଙ୍କୁ ଦାବିପତ୍ର ଦେବା ସହ ପ୍ରତିବାଦ କରିଥିଲେ ୩୦ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀ । ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାଟକମୁଣ୍ଡା ଗ୍ରାମ ପଞ୍ଚାୟତର କୃଷି ମିତ୍ର ଓ ପ୍ରାଣୀ ମିତ୍ରଙ୍କୁ ବହିଷ୍କାର କରାଯିବା ନେଇ ମହିଳାଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ଘଟଣାରୁ ପ୍ରକାଶ ଯେ ପାଟକମୁଣ୍ଡା ଅଞ୍ଚଳରେ କୃଷି ମିତ୍ର ପାଇଁ ଟୁନି ବେହେରା ଓ ମିନତୀ ପ୍ରଧାନଙ୍କୁ ଚୟନ କରାଯାଇଥିବା ବେଳେ ପ୍ରାଣୀମିତ୍ର ପାଇଁ ଝିଲୀ ବେହେରା ସସ୍ମିତା ବେହେରାଙ୍କୁ ଚୟନ କରାଯାଇଥିଲା । କିନ୍ତୁ ଦୀର୍ଘଦିନ ପର‌୍ୟ୍ୟନ୍ତ ସେମାନେ କୌଣସି କାର‌୍ୟ୍ୟ ନକରିବାରୁ ସେମାନଙ୍କୁ ମହାସଂଘ ପକ୍ଷରୁ ବହିଷ୍କାର କରାଯାଇଥିଲା ବେଳେ ଉକ୍ତ ବହିଷ୍କାର ବେନିୟମ ଭାବେ କରାଯାଇଥିବା ନେଇ ଗତ ୨୩ ତାରିଖ ପାଟକମୁଣ୍ଡା ଅଂଚଳର ୩୦ରୁ ଉର୍ଦ୍ଧ୍ଵ ମହିଳା ମହାସଂଘ କାର‌୍ୟ୍ୟାଳୟକୁ ଆସି ପ୍ରତିବାଦ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିବାରୁ ଆଜି ପାଟକମୁଣ୍ଡା ଅଂଚଳର ୩୦ରୁ ଉର୍ଦ୍ଧ୍ଵ ମହିଳା ଛେଣ୍ତିପଦା ବ୍ଲକ କାର‌୍ୟ୍ୟାଳୟକୁ ଆସି ପ୍ରତିବାଦ କରିବା ସହ ଛେଣ୍ତିପଦା ବିଡିଓଙ୍କ ଅନୁପସ୍ଥିତିରେ ବ୍ଲକ ଆକାଉଣ୍ଟାଣ୍ଟଙ୍କୁ ଦାବିପତ୍ର ଦେଇଛନ୍ତି । କାର‌୍ୟ୍ୟରୁ ଅନ୍ତର କରାଯାଇଥିବା ଦୁଇ ପ୍ରାଣୀମିତ୍ର ଏବଂ ଦୁଇ କୃଷିମିତ୍ରଙ୍କ ବହିଷ୍କାର ଘଟଣାର ସୁବିଚାର କରି ପୁନର୍ବାର ନିଯୁକ୍ତି ଦିଆ ନଯାଏ ଆଗମୀ ଦିନରେ ପାଟକୁମୁଣ୍ଡା ପଞ୍ଚାୟତର ସମସ୍ତ ସ୍ବୟଂସହାୟକ ଗୋଷ୍ଠୀର ମହିଳା ଏକତ୍ର ହୋଇ ଛେଣ୍ଡିପଦା ବ୍ଲକ କାର‌୍ୟ୍ୟାଳୟ ଘେରାଉ କରିବେ ବୋଲି ଉପସ୍ଥିତ ସମସ୍ତ ମହିଳା ମାନେ କଡା ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts