ହାଣ୍ଡିଆ ରସ ନେଇ ଭୁଜାଲି ମାଡ

SHARE NOW :
ମୟୂରଭଞ୍ଜ(ଲାଇଭ ଓଡିଶା ନ୍ୟୁଜ): ହାଣ୍ଡିଆକୁ କେନ୍ଦ୍ର କରି ଭୁଜାଲି ମାଡ । ଏଥିରେ ଜଣେ ଯୁବକକୁ ଗୁରୁତର ଅବସ୍ଥାରେ ଯୁବକକୁ ବାରିପଦା ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଜଘନ୍ୟ ତୁମୁଳକାଣ୍ଡ ସମ୍ମାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ କୁଚେଇ ଗ୍ରାମରେ। ସୂଚନା ଅନୁସାରେ ବୁଲୁ ମୁଖୀଙ୍କ ପୁଅ ମକରୁ ମୁଖୀ କୁଚେଇ ଛକରେ ହାଣ୍ଡିଆ ବିକ୍ରି ହେଉଥିବା ସ୍ଥାନକୁ ହାଣ୍ଡିଆ ପିଇବା ପାଇଁ ଯାଇଥିଲେ। ତେବେ ସେହି ସମୟରେ କୌଣସି କଥାକୁ ନେଇ ବିକ୍ରେତା ଅର୍ଜୁନ ମୁଖୀ ଓ କ୍ରେତା ମକରୁ ମୁଖୀ ମଧ୍ୟରେ ତୁମୁଳକାଣ୍ଡ ହୋଇଥିଲା। ତେବେ ଏହି ସମୟରେ ବିକ୍ରେତା ଅର୍ଜୁନ ମୁଖୀଙ୍କ ଦୋକାନ ନିକଟରେ ଥିବା ଟାୟାର ରିପିୟାରିଂ ଦୋକାନରୁ ଧାରୁଆ ଭୁଜାଲି ଆଣି ମକରୁ ମୁଖୀଙ୍କ ପେଟ ତଳ ଜାଗାରେ ମାଡ଼ ମାରିଥିଲା। ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ପରିବାର ଲୋକ ଜାଣି ବାରିପଦା ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରିଛନ୍ତୁ। ଏନେଇ ବାରିପଦା ଟାଉନ ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।