FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ମୌଳିକ ସୁବିଧାରୁ ଦୁରରେ ଗାଁ ଠିର୍ଲିଆମ – ରାସ୍ତା ପାଇଁ ହଟହଟା ଗ୍ରାମବାସୀ

ମୌଳିକ ସୁବିଧାରୁ ଦୁରରେ ଗାଁ ଠିର୍ଲିଆମ – ରାସ୍ତା ପାଇଁ ହଟହଟା ଗ୍ରାମବାସୀ

ମୌଳିକ ସୁବିଧାରୁ ଦୁରରେ ଗାଁ ଠିର୍ଲିଆମ – ରାସ୍ତା ପାଇଁ ହଟହଟା ଗ୍ରାମବାସୀ
SHARE NOW :

କୋକସରା(ଲାଇଭଓଡିଶା ନ୍ୟୁଜ)ବ୍ୟୁରୋ :ସରକାର ଗାଁକୁ କାମ ଓ ମା କୁ ସମ୍ମାନ ନାରା ଦେଇ ଗ୍ରାମାଂଚଳକୁ ସଂଯୋଗ ପାଇଁ ପକ୍କା ରାସ୍ତା ସହ ବିଦ୍ୟୁତ ପାନୀୟ ଜଳର ବ୍ୟବସ୍ଥା କରୁଛନ୍ତି । ହେଲେ ଏମିତି ବି ଗାଁ ରହିଛି ଯେଉଁଠି ରାସ୍ତା ନାହିଁ କି ବିଜୁଳି ନାହିଁ ଏମିତିକି ପାନୀୟ ଜଳ ପାଇଁ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଘାଟି ଉପରେ ରହିଛି ଠିର୍ଲିଆମ ଗାଁ । ଏହି ଗାଁରେ ପ୍ରାୟ ୩ଶହରୁ ଉର୍ଦ୍ଧ୍ୱ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଏହି ଗାଁ କୁ ଯିବା ପାଇଁ ଆମପାଣି ଘାଟି ରାସ୍ତା ଜାତୀୟ ରାଜପଥରୁ ଅତି ଦୟନୀୟ ରାସ୍ତା ଦେଇଯିବାକୁ ପଡେ । ରାସ୍ତା ନଥିବାରୁ ଡାକ୍ତରଖାନା ଯିବାକୁ ହେଲେ ରୋଗୀକୁ ଦୀର୍ଘ ୪କିମି ଖଟିଆରେ ବୋହି ଆଣିବାକୁ ପଡେ । ସରକାରଙ୍କ ତରଫରୁ କେବଳ ଚାଉଳ ଛଡା ଅନ୍ୟ କୌଣସି ସୁବିଧା ପାଉନଥିବା ଅଭେିଯାଗ କରିଛନ୍ତି ଗ୍ରାମବାସୀ । ଠିର୍ଲିଆମ ଗାଁରେ ବିଜୁଳି ପାଇଁ ସୋଲାର ସିଷ୍ଟମ ଯୋଗାଇ ଦିଆଯାଇଛି ହେଲେ ଅଧୀକାଂଶ କାମ କରୁନଥିବାରୁ ଲୋକେ ବିଜୁଳି ସେବାରୁ ବଞ୍ଚିତ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ପାନୀୟ ଜଳର ଘୋର ଅସୁବିଧାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସତ୍ୟ ସାଇ ସେବା ସଂଗଠନ ତରଫରୁ ପାନୀୟ ଜଳ ପାଇଁ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ସମୟରେ ବହୁ ନେତା ଗ୍ରାମକୁ ଯିବା ସମୟରେ ଗ୍ରାମବାସୀଙ୍କ ଅଭିଯୋଗ ଶୁଣି କେବଳ ପ୍ରତିଶୃତିଦେଇ ଚୁପ ରହଛନ୍ତି । ଉପାନ୍ତ ଅଂଚଳ ଠିର୍ଲିଆମ କୁ କେବେ ସରକାରଙ୍କ ଦୃଷ୍ଟି ପଡିବା ଏବଂ ଗମନାଗମନ ବିଜୁଳି ପାନୀୟ ଜଳର ସୁବ୍ୟବସ୍ଥା କରାଯିବ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *

Related Posts