FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଚଳିତ ବର୍ଷର ଅତିରିକ୍ତ ବଜେଟ୍‌: କେଉଁ ବିଭାଗକୁ ମିଳଲା କେତେ ?

ଚଳିତ ବର୍ଷର ଅତିରିକ୍ତ ବଜେଟ୍‌: କେଉଁ ବିଭାଗକୁ ମିଳଲା କେତେ ?

ଚଳିତ ବର୍ଷର ଅତିରିକ୍ତ ବଜେଟ୍‌: କେଉଁ ବିଭାଗକୁ ମିଳଲା କେତେ ?
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): କାଲିଠାରୁ ଆରମ୍ଭ ହୋଇଯାଇଛି ବିଧାନସଭା ଶୀତକାଳୀନ ଅଧିବେଶନ । ତେବେ ବିଧାନସଭାବେ ଅଧିବେଶନ ଆରମ୍ଭରୁ ହୋହଲ୍ଲା ହୋଇଥିବା ବେଳେ ଚଳିତ ବର୍ଷର ଅତିରିକ୍ତ ବଜେଟ ଆଗତ ହୋଇଯାଇଛି । ବିଧଶନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ଆର୍ଥିକ ବର୍ଷ ପାଇଁ ୧୯୮୩୩କୋଟିର ଅତିରିକ୍ତ ବଜେଟ ଆଗତ କରିଛନ୍ତି । ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ ଉପସ୍ଥାପିତ କରିଥିଲେ । ଚଳିତ ଆର୍ଥିକ ବର୍ଷ ପାଇଁ ମୂଳ ବଜେଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ରହିଥିଲା । ଅତିରିକ୍ତ ବଜେଟରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୩୬୨୪ କୋଟି ଟଙ୍କା, ସ୍ୱାସ୍ଥ୍ୟ ବିଭାଗ ନିମନ୍ତେ ୨୩୧୦ କୋଟି ଟଙ୍କା, ଶକ୍ତି ବିଭାଗ ସକାଶେ ୨୧୪୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗ୍ରାମୀଣ ଗୃହ ନିର୍ମାଣ, ବିପିଏଲ ଚାଉଳ ଯୋଗାଣ, ଭିତିଭୂମି ଉନ୍ନୟନ, କ୍ରୀଡ଼ାର ବିକାଶ, ଚାଷୀଙ୍କୁ ସୁଧ ରିହାତି ଓ ଗ୍ରୀଡ଼କୋରେ ଅଂଶଧନ ବାବଦରେ ବ୍ୟୟ ଅଟକଳ ହୋଇଛି ।
ଅତିରିକ୍ତ ବଜେଟରେ ପ୍ରଶାସନିକ ବ୍ୟୟ ବାବଦରେ ୪୫୭୭ କୋଟି, କାର‌୍ୟ୍ୟକ୍ରମ ବ୍ୟୟ ବାବଦରେ ୧୩୫୬୮ କୋଟି, ବିପର‌୍ୟ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୬୮୨ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ସେହିପରି ରାଜ୍ୟ ବଜେଟରୁ ୬ କୋଟି ଟଙ୍କା ସ୍ଥାନାନ୍ତର କରାଯିବ । କାର‌୍ୟ୍ୟକ୍ରମ ବ୍ୟୟ ପାଇଁ ସହବନ୍ଧିତ ସମ୍ବଳ ସୂତ୍ରରୁ ୬୧୩୭ କୋଟି ଓ ଅତିରିକ୍ତ ନିଜସ୍ୱ ରାଜସ୍ୱରୁ ୭୪୩୧ କୋଟି ଟଙ୍କା ଆସିବ ।
ପ୍ରଶାସନିକ ବ୍ୟୟ ପାଇଁ ୪୫୭୭ କୋଟି ଟଙ୍କା ଧାର‌୍ୟ୍ୟ ହୋଇଥିବାବେଳେ ସେଥିମଧ୍ୟରୁ ୨ ହଜାର କୋଟି ଋଣ ଭରଣା ପାଇଁ ଉଦ୍ଧିଷ୍ଟ କନସୋଲିଡେଟେଡ଼ ସିଙ୍କିଙ୍ଗ ଫଣ୍ଡକୁ ସ୍ଥାନାନ୍ତର କରାଯିବ । ସେହିପରି ରାସ୍ତା ଓ ସେତୁ ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ୨୪୧ କୋଟି ୩୫ ଲକ୍ଷ ଟଙ୍କା ଏବଂ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅନୁଦାନ ବାବଦରେ ୧୩୨ କୋଟି ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପୁରୀ ଭେଷଜ ମହାବିଦ୍ୟାଳୟ ପାଇଁ ମଧ୍ୟ ୨୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
କୃଷକ କଲ୍ୟାଣ, ଖାଦ୍ୟ ନିରାପତା ଓ ଜଳସେଚନ ନିମନ୍ତେ ୨୧୪୭ କୋଟିର ବ୍ୟୟବରାଦ ହୋଇଛି । କୋଭିଡ଼ ୧୯ ସହାୟତା ଓ ବିପିଏଲ ଚାଉଳ ଯୋଗାଣ ନିମନ୍ତେ ଅତିରିକ୍ତ ବଜେଟରେ ୧୧୦୫ କୋଟିର ପ୍ରାବଧାନ କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ବୀମା ପ୍ରିମିୟମ ବାବଦରେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଚାଷୀଙ୍କ ସୁଧ ରିହାତି ପାଇଁ ୨୮୦ କୋଟି ୨୩ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ସମବାୟ ବ୍ୟାଙ୍କଗୁଡ଼ିକୁ ଅଂଶଧନ ସହାୟତା ବାବଦକୁ ୧୫୦ କୋଟିର ବ୍ୟୟବରାଦ କରାଯାଇଛି ।
ଏତଦବ୍ୟତୀତ ମଧୁବାବୁ ପେନସନ ଯୋଜନା ନିମନ୍ତେ ୨୧୫.୪୩ କୋଟି ଟଙ୍କା, ଏନଏସଏପି ପାଇଁ ୩୬୫.୫୬ କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବାବଦରେ ୪୯୮ କୋଟି ୫୬୧ ଲକ୍ଷ, ଜାତୀୟ ସ୍ୱାସ୍ଥ୍ୟ ମିଶନରେ ରାଜ୍ୟ ଅଂଶଧନ ବାବଦକୁ ୯୦୭.୮୩ କୋଟି ଓ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱଚ୍ଛ ଭାରତ ଯୋଜନାରେ ରାଜ୍ୟ ଅଂଶ ବାବଦକୁ ୨୨୯ କୋଟି ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଅପରପକ୍ଷରେ ଅଙ୍ଗନବାଡ଼ି କର୍ମୀ ଓ ସହାୟକମାନଙ୍କ ଭତା ନିମନ୍ତେ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଗ୍ୟାସ ସଂଯୋଗ ନିମନ୍ତେ ୧୩୦ କୋଟି ୮୧ ଲକ୍ଷ ଟଙ୍କା ଏବଂ ଆଶୀର୍ବାଦ ଯୋଜନା ପାଇଁ ୩୫ କୋଟିର ବ୍ୟୟବରାଦ କରାଯାଇଛି ।
ମୋ ସ୍କୁଲ ଅଭିଯାନ ପାଇଁ ୮୮୭ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ କ୍ରୀଡ଼ା ଭିତିଭୂମି ନିମନ୍ତେ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଓ ବିଜୁ ପକ୍କାଘର ଯୋଜନା ପାଇଁ ୨୫୬୪ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ ମନରେଗା ସକାଶେ ହଜାରେ କୋଟିର ପ୍ରାବଧାନ କରାଯାଇଛି । ଏହାଛଡ଼ା ଏରୋଡ୍ରମ ନିର୍ମାଣ ନିମନ୍ତେ ୫୦ କୋଟି, ହାତୀ କରିଡ଼ର ପାଇଁ ୫୦ କୋଟି, ଗ୍ରୀଡ଼କୋରେ ଅଂଶଧନ ବିନିଯୋଗ ବାବଦକୁ ୨୦୩୯ କୋଟି ୬୯ ଲକ୍ଷ ଟଙ୍କା, କଳାମଣ୍ଡଳ ପ୍ରତିଷ୍ଠା ପାଇଁ ୪୧.୯୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

Leave a Reply

Your email address will not be published. Required fields are marked *

Related Posts