FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାକିଂରେ ପୁଣି କିଟ୍‌ର ସଫଳତା, ରାଜ୍ୟରେ ଶ୍ରେଷ୍ଠ ସ୍ଥାନରେ କିଟ୍‌

ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାକିଂରେ ପୁଣି କିଟ୍‌ର ସଫଳତା, ରାଜ୍ୟରେ ଶ୍ରେଷ୍ଠ ସ୍ଥାନରେ କିଟ୍‌

ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାକିଂରେ ପୁଣି କିଟ୍‌ର ସଫଳତା, ରାଜ୍ୟରେ ଶ୍ରେଷ୍ଠ ସ୍ଥାନରେ କିଟ୍‌
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡ଼ିଶା): କିଟ୍ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ର‌୍ୟାକିଂରେ ପୁନଶ୍ଚ ସଫଳତା ହାସଲ କରିଛି । ଟାଇମ୍ସ ହାଇୟର ଏଜୁକେସନ ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ଶ୍ରେଷ୍ଠ ୟଙ୍ଗ ୟୁନିଭରସିଟି ତାଲିକା । ୫୦ବର୍ଷରୁ କମ୍ ସମୟ ମଧ୍ୟରେ ପ୍ରତିଷ୍ଠା ଲାଭ କରିଥିବେ । ବିଶ୍ୱର ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟକୁ ନେଇ ଟାଇମ୍ସ ହାଇୟର ଏଜୁକେସ ପକ୍ଷରୁ ପ୍ରତିବର୍ଷ ର‌୍ୟାକିଂରେ କରାଯାଇଆସୁଛି । ୨୦୨୨ ବର୍ଷ ପାଇଁ ଟାଇମ୍ସ ହାଇୟର ଏଜୁକେସନ୍ ପକ୍ଷରୁ କରାଯାଇଥିବା । ଏହି ର‌୍ୟାକିଂରେ କିଟ୍ ବିଶ୍ୱବିଦ୍ୟାଳୟ ୨୫୧+ ସ୍ଥାନରେ ରହି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେଇଛି । ଏହାସହ କିଟ୍ ଭାରତର ଅନେକ ଲବ୍ଧ ପ୍ରତିଷ୍ଠିତ ଡିମ୍‌ଡି ବିଶ୍ୱବିଦ୍ୟାଳୟ ଗୁଡିକ଼ ମଧ୍ୟରେ ସର୍ବୋତମ ସ୍ଥାନ ଅଧିକାର କରିବା ସହ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନରେ ରହିଛି । ୨୦୨୧ରେ କିଟ୍ ବିଶ୍ୱବିଦ୍ୟାଳୟ ଟାଇମ୍ସ ହାଇୟର ଏଜୁକେସନ ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ୟଙ୍ଗ ୟୁନିଭରସିଟି ତାଲିକାର ୩୦୧+ ସ୍ଥାନରେ ରହିଥିଲା । ହାଇୟର ଏଜୁକେସନ ଏଜୁକେସନ୍ ପକ୍ଷରୁ ଶିକ୍ଷାଦାନ, ଗବେଷଣା, ଅନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ଓ ଔଦ୍ୟୋଗକି ଉତ୍ପାଦନ ଆଦି ୫ଟି ମାନଦଣ୍ଡକୁ ବିଚାରକୁ ନେଇ ଏହି ର‌୍ୟାକିଂ କରାଯାଇଛି । କିଟ୍ ବିଶ୍ୱବିଦ୍ୟାଳୟ ମାତ୍ର ୧୮ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ୨୫ବର୍ଷର ଅନୁଷ୍ଠାନ । ଖୁବ୍ କମ ସମୟ ମଧ୍ୟରେ ଗୁଣାତ୍ମକ ଶିକ୍ଷାଦାନ, ଗବେଷଣା, ଶୈକ୍ଷିକ ପରିବେଶ, ଛାତ୍ର ଓ କର୍ମଚାରୀ ଅନୁକୂଳ ପରିବେଶ ଏବଂ ବିଶେଷ କରି ଅନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ଯୋଗୁଁ କିଟ୍ ବିଶ୍ୱବିଦ୍ୟାଳୟକୁ ଏଭଳି ସମ୍ମାନ ମିଳିପାରୁଛି ବୋଲି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି । ଏହି ସଫଳତା ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍‌ର ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀଙ୍କ ସହଯୋଗ ଓ ନିଷ୍ଠା ଯୋଗୁଁ ଏହି ସଫଳତା ମିଳିବା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ମଧ୍ୟ ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଯୋଗୁଁ କିଟ୍ ବିଶ୍ୱବିଦ୍ୟାଳୟ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିପାରୁଛି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts