ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଯୋଗଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡା

SHARE NOW :
ବାଲେଶ୍ୱର (ଲାଇଭ ଓଡିଶା ନ୍ୟୁଜ) : ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଯୋଗଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡା । ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ର ଜୁଣିଆ ଠାରେ ନିଗମ ଜ୍ୟୋତି ଆଶ୍ରମ ର ବାବୁ ସେବା ସଦନ ର ନୂତନ ଗୃହ ଏବଂ ପାଇକାସ୍ତା ଗ୍ରାମ ର ନୂତନ ପାଠାଗାର ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଧାୟକ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଦେଉଳ ପୋଖରୀ ର ଆଦର୍ଶ ପୋଖରୀ ନିମନ୍ତେ ୧୦ ଲକ୍ଷ ଟଙ୍କା ଓ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ରେ ପ୍ରଦାନ କରିଛନ୍ତି । ଏହାପରେ ବିଧାୟକ ନୂତନ ଡ୍ରେନ ନିର୍ମାଣ କାଯ୍ୟରେ ଯୋଗ ଦେବା ସହ ଜୁଣିଆ PWD ରାସ୍ତା ଠାରୁ ଫତେପୁର ଏବଂ ପାଇକାସ୍ତା RD ପର୍ଯ୍ୟନ୍ତ ୪ଲକ୍ଷ ୫୦ହଜାର ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।