- Home
- »
- Breaking News
- »
- ୭୬ବର୍ଷରେ ପାଦ ଥାପିଲେ ଓଡିଶାର ମଉଡମଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୭୬ବର୍ଷରେ ପାଦ ଥାପିଲେ ଓଡିଶାର ମଉଡମଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ରାଜନୀତିରେ ବିଲକୁଲ ତାଲୁକ ରଖିନଥିବା ବ୍ୟକ୍ତି ଆଜି ରାଜନନୈତିକ ଦୁନିଆର ବାଦ୍ଶାହା । ଓଡିଶାର ରାଜନୈତିକ ମାନଚିତ୍ରର ରୂପରେଖା ବଦଳେଇଦେଇଥିବା ମହାନ ପୁରୁଷ । ଦୁଃଖୀ ଗରିବଙ୍କ ସାହାରା ପାଲଟିିଥିବା ଦରଦୀ ମଣିଷ । ବାପାଙ୍କ ଟେକ ରଖିଥିବା ଦିଗ୍ବିଜୟୀ ସନ୍ତାନ । ବାପାଙ୍କ ରାଜନୈତିକ ସାମ୍ରାଜ୍ୟକୁ ଆଗକୁ ବଢାଇଥିବା ଉତ୍ତରାଧିକାରୀ । ସେ ହେଉଛନ୍ତି ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ । ଆଜି ହେଉଛି ଏହି ଅପରାଜୟ, ଅପ୍ରତିଦ୍ୱ୍ଦୀ ଓ ଅପ୍ରମେୟ ମହାନ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆଜି ୭୬ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଏନେଇ ଚାରିଆଡୁ ତାଙ୍କପାଇର୍ ଛୁଟିଆସୁଛ ଶୁଭେଚ୍ଛା ଓ ଶୁଭକାମନାର ବାର୍ତ୍ତା ।
ପିତା ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବେ କଟକଠାରେ ଜନ୍ମଗ୍ରହଣ କରିଥିଲେ । ଡେରାଡୁନରେ ଉଏଲହାମସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୀ ରୋକି ମଲ୍ଲ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେ ବିଦ୍ୟାଳୟରେ ପଢୁଥିବା ବେଳେ ଗୋଲରକ୍ଷକ ଭାବେ ହକି ଖେଳୁଥିଲେ । ସେ ତାଙ୍କର ଯୁବାବସ୍ଥାରେ ଜଣେ ଭଲ ଲେଖକଭାବରେ ବେଶ ଜଚ୍ଚାଣୁଣା ଥିଲେ । ଏହାପରେ ସେ ବହୁବର୍ଷ ଧରି ଆମେରିକା ସମେତ ଅନ୍ୟାନ୍ୟ ସ୍ଥାନରେ ରହୁଥିବା ବେଳେ ତାଙ୍କ ବାପା ବିଜୁ ପଟ୍ଟନାୟକ ସେତେବେଳେ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଭାବେ ପରିଚିତ ଥିଲେ । ତାଙ୍କ ବାପା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବ୍ରିଟେନରୁ ଭାରତର ସ୍ୱାଧୀନତା ଆନ୍ଦୋଳନର ଜଣେ ଜଚ୍ଚାଶୁଣା ବ୍ୟକ୍ତି ତଥା ଓଡିଶାର ରାଜନେତା ଯିଏ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । କିନ୍ତୁ ଏହି ସମୟରେ ନବୀନ ରାଜନୈତିକ କ୍ଷେତ୍ରରୁ ଦୂରେଇ ରହୁଥିବା ବେଳେ ରାଜନୀତି ସହିତ କୌଣସି ସଂପର୍କ ନଥିଲା । ୧୯୯୭ ମସିହାରେ ବାପାଙ୍କ ଦେହାନ୍ତ ହେବା ପରେ ନବୀନ ପଟ୍ଟନାୟକ ଭାରତ ଫେରିଥିଲେ ଓ ବାପାଙ୍କ ରାଜନୈତିକ ଡୋରୀକୁ ସମ୍ଭାଳିଥିଲେ । ଏହିଠୁ ଆରମ୍ଭ ହୋଇଥିଲା ନବୀନଙ୍କ ରାଜନୈିତିକ ସଂଗ୍ରାମ ।
ନବୀନ ଓଡିଶା ଆସି ତାଙ୍କ ବାପାଙ୍କ ଦଳର ସଦସ୍ୟ ଭାବେ ଯୋଗ ଦେଇଥିଲେ । ଓ ତାଙ୍କ ପିତାଙ୍କ ଖାଲି ଆସନ ପାଇଁ ଉପନିର୍ବାଚନ ଲଢିଥିଲେ । ଏବଂ ଏହି ଲଢେଇରେ ସେ ବିପୁୂଳ ସମର୍ଥନ ପାଇ ନିର୍ବାଚନ ଜିତିଥିଲେ । ଓ ଏହାପରେ ଇସ୍ପାତ ଏବଂ ଖଚ୍ଚି ମନ୍ତ୍ରାଳୟରେ ପରାମର୍ଶଦାତା କମିଟିରେ ତାଙ୍କୁ ନାମିତ କରାଯାଇଥିଲା । ୧୯୯୭ ମସିହା ଡିସେମ୍ବରରେ ସେ ଜେଡି ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସରେ ଯୋଗଦେବାକୁ ନିଷ୍ପତି ନେବା ପରେ ବିଜେଡି ପ୍ରତିଷ୍ଠା କରିଥିଲେ । ଯାହା ଭାରତୀୟ ଜନତା ପାର୍ଟି ୧୯୯୮ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇର୍ ନିର୍ମାଣ କରୁଥିଲା । ତାଙ୍କର ବିଜେଡି ଯାହା ଏନଡିଏର ଏକ ଅଂଶ ଥିଲା , ତାହା ମତଦାନରେ ସଫଳ ଆଣିଥିଲା । ଏବଂ ସେ ୧୯୯୯ରେ ପୁନଃ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୮ ମସିହାରେ ସେ କ୍ୟାବିନେଟର ଇସ୍ପାତ ଏବଂ ଖଣି ମନ୍ତ୍ରାଳୟର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ।
୨୦୦୦ ମସିହାରେ ବିଜେଡି ଓ ବିଜେପି ସହିତ ମିଳିତ ହୋଇ ଓଡିଶା ରାଜ୍ୟ ବିଧାନସଭା ନିର୍ବାଚନରେ ବହୁ ସଂଖ୍ୟାରେ ଆସନ ଜିତିଥିଲେ ଏବଂ ଦୀର୍ଘଦିନରୁ କାର୍ଯ୍ୟ କରୁଥିବା କଂଗ୍ରେସ କୁ ରାଜ୍ୟ ସରକାରରୁ ବହିଷ୍କାର କରିଥିଲେ । ନବୀନ ପଟ୍ଟନାୟକ ତାଙ୍କ କଂଗ୍ରେସ ପାର୍ଟିର ପ୍ରତିଦ୍ୱନ୍ଦୀଙ୍କୁ ସହଜରେ ପରାସ୍ତ କରିଥିଲେ ଏବଂ ଜାତୀୟ ସରକାର ପଦରୁ ଇସ୍ତଫା ଦେବା ପରେ ଓଡିଶାରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ତାଙ୍କର ପ୍ରଥମ କାର୍ଯ୍ୟକାଳ ସମୟରେ ଏକ ସ୍ୱଚ୍ଛ ତଥା ଦୁର୍ନୀତିମୁକ୍ତ ପ୍ରଶାସନ ପ୍ରତିଷ୍ଠା ପାଇଁ ଚେଷ୍ଟା କରିଥିଲେ । ଏହି ଚେଷ୍ଟାରେ ତାଙ୍କୁ ବହୁତ ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟ କରିବାକୁ ପଡିଥିଲା । ଏହାସହିତ ସେ ରାଜ୍ୟର ଦାରିଦ୍ର୍ୟ ଦୂରୀକରଣ ପାଇଁ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
୨୦୦୪ରେ ନବୀନ ରାଜ୍ୟସଭା ନିର୍ବାଚନରେ ବିଜେଡି-ବିଜେପି ମିଳିତ ଭାବେ ଆଉ ଏକ ବୃହତ ଆସନ ଜିତିଥିଲେ ଏବଂ ସେ ଦ୍ୱିତୀୟଥର ଭାବେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୦୯ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସହ ସମସ୍ତ ସଂପର୍କ ଛିନ୍ନ କରିଥିଲେ ।ଏବଂ ସ୍ୱାଧୀନ ଭାବରେ ଏହି ନିର୍ବାଚନ ଲଢି ସର୍ବବୃହତ ବିଜୟ ହାସଲ କରି ନୂତନ ରାଜ୍ୟ ସରକାର ଗଠନ କରିଥିଲେ । ଏହାପରେ କ୍ରମାଗତ ଭାବେ ସେ ନିର୍ବାଚନ ଜିତି ରାଜ୍ୟକୁ ଶାସନ କରି ଆସୁଛନ୍ତି । ଯଦିଓ ତାଙ୍କ ରାଜନୈତିକ କ୍ୟାରିୟର ତାଙ୍କ ପିତାଙ୍କ ସୁନାମରୁ ଉପକୃତ ହୋଇଥିଲା ତଥାପି ଖୁବଶୀଘ୍ର ନିଜକୁ ସେ ରାଜ୍ୟର ଲୋକପ୍ରିୟ ନେତା ଭାବରେ ପ୍ରତିଷ୍ଠିତ କରାଇପାରିଥିଲେ । ଏବଂ ସେଥିପାଇଁ ତାଙ୍କୁ ଜଣେ ଦକ୍ଷ , ସଚ୍ଚୋଟ ପ୍ରଶାସକ ଭାବରେ ରାଜ୍ୟରେ ପ୍ରଂଶସା କରାଯାଉଛି ।
ଆଜି ଏହି ମହାନ ନେତାଙ୍କ ଜନ୍ମଦିନ ଥିବାବେଳେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । ପୂର୍ବରୁ ନବୀନଙ୍କ ଜନ୍ମଦିନ ବେଶ ଧୁମଧାମରେ ପାଳିତ ହେଉଥିବା ବେଳେ ନବୀନ ନିବାସରେ ବେଶ ଭିଡ ଦେଖିବାକୁ ମିଳୁଥିଲା । କିନ୍ତୁ ଗତବର୍ଷ ଠାରୁ କୋଭିଡ ପରିସ୍ଥିତି ପାଇଁ ଜନ୍ମଦିନ ପାଳନରୁ ଦୂରେଇ ରହିଛନ୍ତି ନବୀନ । ଏହାସହ ନବୀନ ଓଡିଶାବାସୀଙ୍କ ଭଲପାଇବା, ଶୁଭେଚ୍ଛା ଓ ଆର୍ଶୀବାଦ ପାଇଁ ସବୁବେଳେ ଋଣୀ ବୋଲି କହିଛନ୍ତି । କୋଭିଡ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ବେଳେ ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ତେଣୁ ଏଭଳି ଏକ ସମୟରେ ନବୀନ ନିବାସ ନଆସି କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଓ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସମସ୍ତେ ସାମିଲ ହେଲେ ତାହା ତାଙ୍କ ପାଇଁ ଶୁଭେଚ୍ଛା ହେବ ବୋଲି ନବୀନ କହିଛନ୍ତି ।