FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଆଜି ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ୪୮ଟି ବ୍ଲକରେ ଚାଲିଛି ଭୋଟିଂ

ଆଜି ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ୪୮ଟି ବ୍ଲକରେ ଚାଲିଛି ଭୋଟିଂ

ଆଜି ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ୪୮ଟି ବ୍ଲକରେ ଚାଲିଛି ଭୋଟିଂ
SHARE NOW :

ଭୁବନେଶ୍ୱର(ଲାଇଭ ଓଡ଼ିଶା): ଆଜି ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୫ଟି ଜିଲ୍ଲାର ୪୮ ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେଉଛି । ମୋଟ୍ ୯୭୫ଟି ପଞ୍ଚାୟତରେ ଆଜି ମତଦାନ ଜାରି ରହିଛି ।

ଭୋଟରମାନେ ସକାଳୁ ଲମ୍ବା ଲାଇନ୍ କରି ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି । ୧୩୧ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେଉଥିବା ବେଳେ ୫୨୦ ଜଣ ପ୍ରାର୍ଥୀ ଲଢୁଛନ୍ତି ।

ପ୍ରାୟ ୪୧ ଲକ୍ଷରୁ ଅଧିକ ମତାଦାତା ଆଜି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ । ପୂର୍ବରୁ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । 

ସୂଚନାଯୋଗ୍ୟ, ପ୍ରଥମ ତିନୋଟି ପର୍ଯ୍ୟାୟରେ ଅନେକ ହିଂସା ଘଟଣା ସାମ୍ନାକୁ ଆସିଥିଲା । ତେବେ ଚତୁର୍ଥରେ ସେତେଟା ହିଂସା ଦେଖିବାକୁ ମିଳିନଥିଲା । ଆଜି ମଧ୍ୟ ଶାନ୍ତି ସୃଙ୍ଖଳାର ସହ ନିର୍ବାଚନ ହେବ ବୋଲି ଆଶା କରାଯାଉଛି 

ଆସନ୍ତା ୨୬, ୨୭ ଓ ୨୮ ତାରିଖରେ ରାଜ୍ୟରେଭୋଟ୍ ଗଣନା ହେବାକୁ ଯାଉଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ଆଜି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ ସାହୁଙ୍କ ସୂଚନା ଅନୁସାରେ ଏଥର ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଭୋଟ ଗଣନା ହେବ ।

ପ୍ରତି ଜୋନରେ ଯେତିକି ଗ୍ରାମପଞ୍ଚାୟତ ରହିଛି ସେତିକି ଟେବୁଲ ରହିବ ଏବଂ ନନ ଷ୍ଟପ ଗଣନା ହେବା ସହ ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ ପଞ୍ଚାୟତଗୁଡିକୁ ଟେବୁଲ ଦିଆଯିବ । ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଙ୍ଗ ସୁପରଭାଇଜର, ଦୁଇ ଜଣ ଆସିଷ୍ଟାଣ୍ଡ କାଉଣ୍ଟିଙ୍ଗ ଅଫିସର ଏବଂ ଜଣେ ଗ୍ରୁପ ଡ଼ି କର୍ମଚାରୀ ରହିବେ ।

କେଉଁ ଟିମ କେଉଁ ଟେବୁଲରେ ବିସିବେ ସେ ନେଇ ଗୁଲା ପଡିବ । ଜଣେ ପ୍ରାର୍ଥୀଙ୍କ ଜଣେ ମାତ୍ର ଏଜେଣ୍ଟ ରହିପାରିବେ ଗଣନା ସମୟରେ । ଯେତେ ଜଣ ପ୍ରାର୍ଥୀ ସେତିକି ଟ୍ରେ ଟେବୁଲରେ ରଖାଯିବା ସହ ଆଉ ଗୋଟିଏ ଟ୍ରେ ନାକଚ ପାଇଁ ରହିବ ।

ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇ ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା’ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା କରାଯିବ ।

Leave a Reply

Your email address will not be published. Required fields are marked *

Related Posts