ଆଜି କାର୍ତ୍ତିକ ପୂର୍ଣ୍ଣମି , ନଦୀରେ ଭାସୁଛି ବୋଇତ

SHARE NOW :
ସୁବର୍ଣ୍ଣପୁର (ଲାଇଭ ଓଡିଶା ନ୍ୟୁଜ୍) : ଆଜି ପବିତ୍ର କାର୍ତ୍ତିକ ମାସର ପୂର୍ଣ୍ଣମିା ଏହି ଅବସରରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହୋଇଛି । ସୁବର୍ଣ୍ଣପୁରର ତେଲନଦୀ ଓ ମହାନଦୀର ସଙ୍ଗମ ସ୍ଥଳି ସହ ବିଭିନ୍ନ ଘାଟରେ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ କରିଛନ୍ତି । ତେବେ ବାଲିରେ ପୁଜାର୍ଚ୍ଚନା କରି ଛୋଟରୁ ବଡ ସମସ୍ତେ ଡଙ୍ଗା ଭସାଇଥିବା ଦେଖିବାକୁ ମିଳିଛି । ପୁରୁଣା ଦିନର ସ୍ମୃତିକୁ ଉଜ୍ଜିବିତ କରିବା ପାଇଁ କାହିଁ କେତେ ଦିନରୁ ଏହି ପରମ୍ପରା ଲାଗି ରହିଛି । କଦଳି ଡଙ୍ଗା ସହ ବିଭିନ୍ନ ପ୍ରକାର ଡଙ୍ଗା ନଦୀରେ ଭସାଇଛନ୍ତି ଶ୍ରଦ୍ଧାଳୁମାନେ । ଏହା ସହ ଡଙ୍ଗା ଭସାଇ ଭକ୍ତମାନେ ମନ୍ଦିର ଦର୍ଶନ କରିଛନ୍ତି ।