FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଜି ଶକ୍ତିପୀଠରେ ପାଳିତ ହେଉଛି ମା’ଙ୍କର ମହାଷ୍ଟମୀ ପୂଜା

ଆଜି ଶକ୍ତିପୀଠରେ ପାଳିତ ହେଉଛି ମା’ଙ୍କର ମହାଷ୍ଟମୀ ପୂଜା

ଆଜି ଶକ୍ତିପୀଠରେ ପାଳିତ ହେଉଛି ମା’ଙ୍କର ମହାଷ୍ଟମୀ ପୂଜା
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆଜି ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଉଛନ୍ତି ଶକ୍ତିମୟୀ । ପାଳିତ ହେଉଛି ମହାଷ୍ଟମୀ । ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାପୂଜା । ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ । କରୋନା କଟକଣାରେ ବିନା ଭକ୍ତରେ ଦେବୀ ଦୁର୍ଗାଙ୍କ ଆବାହନ ଚାଲିଛି । ସକାଳୁ ସକାଳୁ ରୀତିନୀତି ଅନୁସାରେ ମା\’ଙ୍କର ମହାଷ୍ଟମୀ ପୂଜା ଚାଲିଛି । କିନ୍ତୁ କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ଲକ୍ଷ୍ମଣ ରେଖା ଟାଣିଛି । ମ\’ ଧରାବରଣ କରିଥିଲେ ବି ଚର୍ମଚକ୍ଷୁରେ ତାଙ୍କୁ ଦେଖି ପାରୁ ନାହାନ୍ତି ଭକ୍ତ । ସେପଟେ ଆଜି ଶକ୍ତିପୀଠରେ ମହାନବମା ପାଳିତ ହେଉଛି । ଏଥିପାଇଁ ରାଜ୍ୟର ସମସ୍ତ ଶକ୍ତିପୀଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଘଣ୍ଟଘଣ୍ଟା, ମୃଦଙ୍ଗ, ଝାଞ୍ଜରେ କମ୍ପୁଛି ଶକ୍ତିପୀଠ ।

Leave a Reply

Your email address will not be published. Required fields are marked *

Related Posts