- Home
- »
- Breaking News
- »
- ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିବ ମୋହର
ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିବ ମୋହର

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆଗକୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ । ଏହି ବୈଠଳର ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ବିଧାନସଭାରେ ଆସିବାକୁ ଥିବା ଅତିରିକ୍ତ ବଜେଟ ଉପରେ ମୋହର ବାଜିବ । ଏବଂ ଏହା ସହିତ ୨୦୨୧-୨୨ଶୀତକାଳୀନ ଅଧିବେଶନର ଅତିରିକ୍ତ ଚିଠା ମଂଜୁରୀ ଉପରେ ମଧ୍ୟ ଆଲୋଚନା ହେବ । ଆଜି ଅପରାହ୍ନ ସାଢେ ୫ଟାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ଏହି ଅଧିବେଶନର ପ୍ରଥମ ଦିନରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ । ଏହାପରେ କ୍ୟାବିନେଟ୍ ବୈଠକ ବସିବ । ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟରେ ମୋହର ଲାଗିପାରେ ବୋଲି ସୂଚନା ମିଳିଛି । ଭର୍ଚୁଆଲ ଦ୍ୱାରା ବୈଠକ ହେବାକୁ ଥିବାବେଳେ ମନ୍ତ୍ରୀମାନେ ଲୋକସେବା ଭବନ କିମ୍ବା ଜିଲ୍ଲା ଭିଡ଼ିଓ କନଫରେନ୍ସିଂ ଜରିଆରେ ବୈଠକରେ ଯୋଡ଼ି ହେବେ ।