- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଆଜିଠୁ ନନ୍ଦନକାନନରେ ଗଡିବ ଟଏ ଟ୍ରେନ୍
ଆଜିଠୁ ନନ୍ଦନକାନନରେ ଗଡିବ ଟଏ ଟ୍ରେନ୍

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ):ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର । ଏବେ ଆଉ ଚାଲି ଚାଲି ନୁହେଁ, ଟ୍ରେନରେ ବସି ବୁଲିପାରିବେ ନନ୍ଦନକାନନ । ନନ୍ଦନକାନନରେ ଆଜିଠୁ ଚାଲିବ ଟଏ ଟ୍ରେନ୍ । ୭୬-ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ ଅବସରରେ ଆଜି ଉଦଘାଟିତ ହେବ ଟଏଟ୍ରେନ ।୨୦୧୪ମସିହା ଠାରୁ ବନ୍ଦ ପଡିଥିବା ଟଏଟ୍ରେନ ଦିର୍ଘ ୭ବର୍ଷ ପରେ ପଯ୍ୟଟକ ମାନଙ୍କ ପାଇଁ ଆଜିଠୁ ପୁଣି ଆରମ୍ଭ ହେଉଛି । ଆଜି ସାଢ଼େ ୧୧ଟାରେ ଏହାର ଲୋକାର୍ପଣ ହେବ । ଏଥିରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ବସିପାରିବେ ।
ଏମସିଏଲ୍ ଆର୍ଥିକ ସହାୟତାରେ ନନ୍ଦନକାନନ ଭିତରେ ନିର୍ମାଣ ହୋଇଛି ୧.୨ କିଲୋମିଟର ଟ୍ରାକ୍, ବୁଲେଟ୍ ଟ୍ରେନ୍ ଓ ଷ୍ଟେସନ୍ । ଟଏ ଟ୍ରେନରେ ଅଛି ୪ଟି ବଗି । ଥରକେ ୭୨ ଜଣ ଯାତ୍ରୀ ଟ୍ରେନରେ ବସି ଚିଡିଆଖାନରେ ବନ୍ୟଜନ୍ତୁଙ୍କୁ ଦେଖିବାକୁ ସୁଯୋଗ ପାଇବେ । ପ୍ରତି ବଗିରେ ୨ଟି ସିଟ୍ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ରହିଛି । ପ୍ରତିଦିନ ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏ ପର୍ୟ୍ୟଟକ ଟଏ ଟ୍ରେନରେ ବୁଲିବାର ମଜା ନେଇପାରିବେ । ନନ୍ଦନକାନନରୁ କାଞ୍ଜିଆ ଲେକ୍ ଉପର ଦେଇ ବଟନିକାଲ ଗଡେନ ପର୍ଯ୍ୟନ୍ତ ଯାଇପାରିବେ ପଯ୍ୟଟକ ।
ଆଜି ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବେ ମାନ୍ୟବର ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ ବିଭାଗ ଅତିରିକ୍ତ ସଚିବ ଡ଼ଃ ମୋନା ଶର୍ମା, ଓଡିଶା ବନସରକ୍ଷକ ଶିଶିର କୁମାର ରଥ, ପି. ସି. ସି ଏଫ ଶଶୀ ପଲ ସମ୍ମାନୀତ ଅତିଥିଭାବେ ଯୋଗଦେବେ ।