- Home
- »
- Breaking News
- »
- ସୁବର୍ଣ୍ଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ସୁବର୍ଣ୍ଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲାରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।ଅନ୍ୟ ଜଣେ ଗୁରୁତର ଆହତ ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଏକ ଦ୍ରୁତଗାମୀ ଟାଟା ଏସି ସହିତ ଗୋଟିଏ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଟାଟା ଏସି ଗାଡିଟି ଓଲଟି ପଡିଥିବା ବେଳେ ଦୁଇଜଣଙ୍କର ଘଟଣାସ୍ଥଳରେ ପ୍ରାଣହାନୀ ଘଟିଛି । ସୁବର୍ଣ୍ଣପୁର- ବିରମହାରାଜପୁର ରାସ୍ତାର ମହଦା ଗାଁ ଛକ ନିକଟରେ ସଂଧ୍ୟା ସମୟରେ ଏହି ଦୁର୍ଘଟଣା ହୋଇଛି । ବୀରମହାରାଜପୁର ପଟୁ ଏକ ଟାଟା ଏସି ଟାଇଲ ଓ ପାଣି ପାଇପ ନେଇ ଆସୁଥିଵା ବେଳେ ସୁବର୍ଣ୍ନପୁର ପଟରୁ ଏକ ହିରୋ ବାଇକ ଯୋଗେ ତିନି ଜଣ ବ୍ୟକ୍ତି ବୀରମହାରାଜପୁର ପଟକୁ ଯାଉଥିଲେ । ତେବେ ଦୃତ ଗତିରେ ଯାଉଥିବା ଟାଟା ଏସି ବାଇକକୁ ମୁହାଁ ମୁହିଁ ଧକ୍କା ଦେଇ ରାସ୍ତା କଡରେ ଥିବା ବିଲକୁ ଖସି ପଡିଥିଲା ।ଦୁର୍ଘଟଣାରେ ପ୍ରାଣହାନୀ ହୋଇଥିବା ଦୁଇ ଜଣଙ୍କ ପରିଚୟ ଜଣା ପଡି ନ ଥିବା ବେଳେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।ତେବେ ବାଇକରେ ଯାଉଥିବା ତିନି ଜଣ ସୁବଳୟା ଥାନା ଅନ୍ତର୍ଗତ ଟିକ୍ରାପଡା ଗାଁର ବୋଲି ଜଣା ପଡିଛି ।