FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଗଛ ମଣିଷ ଗିରିଧାରୀ

ଗଛ ମଣିଷ ଗିରିଧାରୀ

ଗଛ ମଣିଷ ଗିରିଧାରୀ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ଦିନକୁ ଦିନ ଲୋପପାଇବାରେ ଲାଗିଛି ଜଂଗଲ । ମଣିଷ ସମାଜ ଜଂଗଲ କ୍ଷୟ କରିବାରେ ଲାଗିଥିବାବେଳେ ନୂତନ ଜଂଗଲ ସୃଷ୍ଟି କିମ୍ବା ତାର ସୁରକ୍ଷା ନେଇ କେହିବି ସଚେତନ ନୁହଁନ୍ତି । ହେଲେ ଏମିତି ବେଳାରେ ନୂତନ ଜଂଗଲ ସୃଷ୍ଟି ସହ ଜଂଗଲ ସୁରକ୍ଷା ପାଇଁ ସେ ଭିଡିଛନ୍ତି ଅଂଟା । ଦିର୍ଘ ତିନି ଦଶନ୍ଧିରୁ ଅଧିକ ସମୟଧରି ସେ ନିଜକୁ ଜଂଗଲ ସୁରକ୍ଷାରେ ସମର୍ପିତ କରି ପାଲଟି ଯାଇଛନ୍ତି ଗଛ ମଣିଷ । ସୁର୍ବପୁର ଜିଲ୍ଲାର ଜଣେ ନିଆରା ଗଛ ମଣିଷଙ୍କୁ ନେଇ ଆମର ସ୍ୱତନ୍ତ୍ର ରିପୋର୍ଟ । ହାତରେ ଠେଂଗା କାନ୍ଧରେ ଟାଙ୍ଗିଆ । ସକାଳ ହେଲେ ଏସବୁ ନେଇ ସେ ବାହାରିପଡନ୍ତି । ଗାଁ ଜଂଗଲରେ ପହଂଚି ଗଛ ସବୁର ଯନ୍‌ô ନେବା ସହ ଜଗଂଲକୁ ଜଗି ବସନ୍ତି । ଘଂଟାଏ କି ଦୁଇଘଂଟା ନୁହେଁ । ସକାଳୁ ୪ ଘଂଟା ଏବଂ ସଂଧ୍ୟାରେ ୩ ଘଂଟା ଜଂଗଲର ସୁରକ୍ଷାରେ ନବିତାଇଲେ ତାଙ୍କୁ ଭଲ ଲାଗେନି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପୋଲବନ୍ଧ ଗାଁର ଗିରିଧାରୀ ଭୋଇ । ଆଜିକୁ ତିନି ଦଶନ୍ଧିରୁ ଅଧିକ ସମୟ ହେଲା ଗିରିଧାରୀ ପୋଲବନ୍ଧ ଗାଁରେ ୩୫ ହେକ୍ଟରରୁ ଅଧିକ ଜମିରେ ବୃକ୍ଷରୋପଣ ସହ ତାର ସୁରକ୍ଷା କରିଆସୁଛନ୍ତି । କେବଳ ସେତିକି ନୁହେଁ ଜଂଗଲ ସୁରକ୍ଷା ପାଇଁ ଗାଁରେ କମିଟି ଗଠନ କରିଛନ୍ତି । ଜଂଗଲରୁ କାଠଚୋରୀ ହେଉ କି ଅଗ୍ନିକାଣ୍ଡ । ଗାଁଲୋକଙ୍କୁ ନେଇ ବାହାରାପଡନ୍ତି । ଜଗଂଲ ବଂଚିଲେ ଆମେ ବଂଚିବା କଥା ସମସ୍ତଙ୍କୁ ସଚେତନ ବି କରାଇଥାନ୍ତି । ତାଙ୍କ ଉଦ୍ୟମରେ ଏବେ ପୋଲବନ୍ଧ ଗାଁରେ ସୃଷ୍ଟି ହୋଇଛି ଏକ ସୁନ୍ଦର ଜଂଗଲ ।ପ୍ରାକୃତିକ ପରିବେଶ ଭିତରେ ଏହି ସୁନ୍ଦର ଜଂଗଲ ନିଶ୍ଚୟ ସମସ୍ତଙ୍କୁ ଆକର୍ଷତ କରିବ । କେବଳ ଜଂଗଲ ସୃଷ୍ଟି କି ଜଂଗଲ ସୁରକ୍ଷା ନୁହେଁ । ଗ୍ରମବାସୀଙ୍କ ସୁଖରେ ଦୁଃଖରେ ମଧ୍ୟ ଛିଡା ହୁଅନ୍ତି ଗିରିଧାରୀ । ଜଣେ ଭଲ ଜ୍ୟୋତିଷ ଭାବରେ ମଧ୍ୟ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ସମେତ ଆଖପାଖ ଜିଲ୍ଲାରେ ତାଙ୍କର ନାଁ ରହିଛି । ସମାଜସେବା ପାଇଁ ସବୁବେଳେ ସେ ନିଜକୁ ସମର୍ପଣ କରିଛନ୍ତି । ଏହାରି ଭିତରେ ଗିରିଧାରୀଙ୍କୁ ଜଂଗଲ ପରିବେଶ ବିଭାଗ ପକ୍ଷରୁ ପ୍ରକୃତିମିତ୍ର ପୁରସ୍କାର,କଳା ଓ ସମାଜ ସେବା ପାଇଁ ଅଷ୍ଟଭୁଜା ସମ୍ମାନ,ଅଧ୍ୟାତ୍ମିକ ସମାଜ ସଚେତନତା ପାଇଁ ରାଜ୍ୟ କଳା ଗବେଷଣା ଓ ପରିଷଦ ସମ୍ମାନ, ଶ୍ରୀଗୁଣ୍ଡିଚା ସମ୍ମାନ ଏବଂ ଅଷ୍ଟଭୁଜା ସାହିତ୍ୟ ସମ୍ମାନ ଭଳି ଅନେକ ସମ୍ମାନ ମିଳିସାରିଛି । ଏଭଳି ଜଣେ ବ୍ୟକ୍ତିଙ୍କୁ ନେଇ ଗ୍ରାମବାସୀ ବେଶ ଖୁସି ବ୍ୟକ୍ତ କରନ୍ତି ।

Leave a Reply

Your email address will not be published. Required fields are marked *

Related Posts