- Home
- »
- Breaking News
- »
- ସୁବର୍ଣ୍ଣପୁରରେ ଜେନେରାଲ ବିପିନ ରାୱତଙ୍କ ସମେତ ପ୍ରାଣ ହରାଇଥିବା ଦିବଂଗତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ
ସୁବର୍ଣ୍ଣପୁରରେ ଜେନେରାଲ ବିପିନ ରାୱତଙ୍କ ସମେତ ପ୍ରାଣ ହରାଇଥିବା ଦିବଂଗତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ସହରର ପରିବର୍ତ୍ତନ ପକ୍ଷରୁ ଜେନେରାଲ ବିପିନ ରାୱତଙ୍କ ସମେତ ହେଲିକେପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦିବଂଗତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇଛି ।ଆଇନଜିବୀ ବଳଦେବ ବେଦବାଗଙ୍କ ନେତୃତ୍ବରେ ଶତାଧିକ ସ୍ବେଛାସେବୀ ସହରର ବ୍ଳକ ଛକରେ କ୍ୟାଣ୍ଡେଲ ଜାଳି ଦିବଂଗତ ପ୍ରାଣ ଜେନେରାଲ ବିପିନ ରାୱତଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରିବା ସହିତ ସୃତି ଚାରଣ କରିଥିଲେ ।ଭାରତମାତାର ଦିବଂଗତ ବୀରପୁତ୍ରଙ୍କ ଏହି ଶ୍ରଦ୍ଧାଂଜଳି କାର୍ୟ୍ୟକ୍ରମରେ ଜନସଂଖ୍ୟା ଫାଉଣ୍ଡେସନ ,ବଜରଂଗ ଦଳ ସମେତ ସହରର ବିଭିନ୍ନ ସ୍ବେଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନର କାର୍ୟ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ ।ସ୍ବେଛାସେବୀମାନେ ସହରର ରୟାଲ ପଡିଆରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବ୍ଳକ ଛକ ପହଂଚି ବୀରପୁତ୍ରମାନଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହିତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।ତେବେ ଏହି ବୀରପୁତ୍ରଙ୍କୁ ଶ୍ରଦ୍ଧାଂଜଳି ପ୍ରଦନା ବେଳେ ଅନେକ ସ୍ବେଛାସେବୀ ନିଜର କୋହ ଓ ଅଶ୍ରୁକୁ ରୋକି ପାରି ନ ଥିବା ଦେଖିବାକୁ ମିଳିଥିଲା ।