ଦ୍ୱାଦଶ ସଦାଶିବ ସ୍ମୃତି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ

SHARE NOW :
ନୟାଗଡ(ଲାଇଭ ଓଡିଶା ନ୍ୟୁଜ): ନୟାଗଡ ଜିଲ୍ଲା ଭାପୁର ବ୍କକ ଫତେଗଡ ନାଲିସାଗର ପଡିଆରେ ଚାଲିଥିବା ଦ୍ୱାଦଶ ସଦାଶିବ ସ୍ମୃତି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣମେଣ୍ଟରେ ଢେଙ୍କାନାଳ ର ସୁର ପ୍ରତାପ ଟିମ୍ ଚାମ୍ପିୟାନ ହୋଇଛନ୍ତି । ରବିବାର ଦିନ ଗ୍ରାଣ୍ଡ ଫାଇନାଲ ମ୍ୟାଚରେ ସୁର ପ୍ରତାପ ଢେଙ୍କାନାଳ ସହିତ ମଞ୍ଚେଶ୍ୱର କ୍ରିକେଟ କ୍ଲବ ଭୁବନେଶ୍ୱର ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ।ଢେଙ୍କାନାଳ ଦଳ ୨୫ ଓଭରରେ ୬ଉକେଟ ହରାଇ ଦଳ ୨୫୩ ରନ କରିଥିଲା ।ଦଳ ପକ୍ଷରୁ ମହମ୍ମଦ ସୁଲତାନଙ୍କ ୫୦ବଲରେ ଏଗାର ଗୋଟି ଛକା ଓ ନଅ ଗୋଟି ଚୈକା ସହ ୧୦୩ ରନ ସହାୟତାରେ ଦଳ ବିଶାଳ ସ୍କୋର କରିଥିଲା ।ଜବାବରେ ମଞ୍ଚେଶ୍ୱର ପ୍ରଥମରୁ ବ୍ୟାଟିଂ ବିପର୍ୟ୍ୟସ୍ତ ହୋଇ ୨୩.୧ ଓଭରରେ ସମସ୍ତ ଇଉକେଟ ହରାଇ ୧୭୨ ରନ କରିଥିଲା ।ଫଳରେ ମଞ୍ଚେଶ୍ୱର ୮୧ ରନରେ ପରାଜିତ ହୋଇ ରନର୍ସ ହୋଇଥିଲା ।ଢେଙ୍କାନାଳ ଦ୍ୱାଦଶ ସଦାଶିବ ସ୍ମୃତି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟାନ ହୋଇଥିଲା। ମହମ୍ମଦ ସୁଲତାନ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ ଓ ତନ୍ମେୟ ମହାନ୍ତି ମ୍ୟାନ ଅଫ ଦ ସିରିଜ ଭାବେ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ। ରନର୍ସ ମଞ୍ଚେଶ୍ୱର ଦଳକୁ ଟ୍ରଫି ସହିତ ୫୦ହଜାର ଟଙ୍କା ଓ ଚାମ୍ପିୟାନ ଢେଙ୍କାନାଳ ଦଳକୁ ଟ୍ରଫି ସହିତ ୭୦ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା ।ଏହି ଗ୍ରାଣ୍ଡ ଫାଇନାଲ ମ୍ୟାଚରେ ଖେଳ ପରିଚାଳନା କରିଥିଲେ ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ଦ୍ୱିଜେନ୍ଦ୍ର କୁମାର ଘୋଷ । ଖେଳର ଧାରବିବରଣୀ ପ୍ରଦାନ କରିଥିଲେ ସରୋଜ କୁମାର ମହାପାତ୍ର ଓ ବୁବୁ ସିହ୍ନା। ସ୍କୋରର ସହାୟତା କରିଥିଲେ ପବିତ୍ର କୁମାର ସାହୁ ଓ ବିଭୂତି ଭୂଷଣ ସାହୁ। ମୁଖ୍ୟ ଅତିଥି ଭାବରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିତେନ୍ଦ୍ର ରଣସିଂହ ,ବେଣୁଧର ପ୍ରଧାନ,ମନୋଜ କୁମାର ପ୍ରଧାନ ,ଯୁଧିଷ୍ଠିର ଖୁଣ୍ଟିଆ, ସୁଧି ରଞ୍ଜନ ପଣ୍ଡା ,ଓଲିଉଡ ଅଭିନେତା ବାବୁସାନ ଓ ଅଭିନେତ୍ରୀ ଶୀତଲ ଯୋଗ ଦେଇଥିଲେ । ଏହି ଗ୍ରାଣ୍ଡ ଫାଇନାଲରେ ପ୍ରାୟ ତିରିଶ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ମାନଙ୍କର ସମାଗମ ହୋଇଥିବା ବେଳେ ସମସ୍ତ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାନ୍ୟର ବ୍ୟବସ୍ତା କରାଯାଇଥିଲା ।