ଭୟାଭହ ଅଗ୍ନିକାଣ୍ଡ, ଜଳିଗଲା ୧୨ ବଖରା ଘର

SHARE NOW :
ବାଲେଶ୍ବର(ଲାଇଭଓଡିଶା ବ୍ୟୁରୋ): ବାଲେଶ୍ୱର ରେ ଭୟାଭହ ଅଗ୍ନିକାଣ୍ଡ । ଏକା ସାଙ୍ଗରେ ଜଳିଗଲା ୧୨ ବଖରା ଘର । ସୂଚନା ମୂତାବକ ବାଲେଶ୍ୱର ଜିଲ୍ଲା ମାଣିତ୍ରୀ ବନ୍ଧସାହିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏବଂ ବନ୍ଧସାହିରେ ଟିକିବନ୍ଧଙ୍କର ୧୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ବିଦ୍ୟୁତ ସର୍ଟସକ୍ରିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି ।ତେବେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତି ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ମାନେ ଦାବି କରିଛନ୍ତି ।