FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ, ବୁଡିଗଲେ ୨ ପର୍ଯ୍ୟଟକ

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ, ବୁଡିଗଲେ ୨ ପର୍ଯ୍ୟଟକ

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ, ବୁଡିଗଲେ ୨ ପର୍ଯ୍ୟଟକ
SHARE NOW :

ପୁରୀ(ଲାଇଭ ଓଡିଶା ନ୍ୟୁଜ): ପୁରୀ ସମୁଦ୍ରରେ ବୁଡିଗଲେ ପଶ୍ଚିମବଙ୍ଗ ପର୍ଯ୍ୟଟକ । ଗାଧୋଉଥିବା ବେଳେ ବୁଡିଯାଇଛନ୍ତି ପର୍ଯ୍ୟଟକ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣ ନିଖୋଜ ଅଛନ୍ତି । ଯୁବକ ଦୁଇଜଣ ହେଉଛନ୍ତି ପଶ୍ଚିମବଙ୍ଗର ଅନୁପମ ମଣ୍ଡଳ ଓ ସଂଗୁ ଭଟ୍ଟଚାର୍ଯ୍ୟ । ସଞ୍ଜୁ ଚକ୍ରତୀର୍ଥ ରୋଡ୍ ସ୍ଥିତ ପିଙ୍କ୍ ହାଉସ ସମ୍ମୁଖ ବେଳାଭୂମିରେ ସ୍ନାନ କରିବା ସମୟରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ । ଏହାପରେ ସ୍ଥାନୀୟ ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତାଙ୍କୁ ଖୋଜାଖୋଜି ଜାରି ରହିଛି। ସେହିପରି ପଶ୍ଚିମବଙ୍ଗର ୧୬ ବର୍ଷୀୟ ଯୁବକ ଅନୁପମ ମଣ୍ଡଳ ହୋଟେଲ୍ କାମେଲିଆ ବେଳାଭୂମି ସମ୍ମୁଖରେ ଗାଧେଉଥିବା ବେଳେ ଭାସି ଯାଇଥିଲେ । ପରେ ଖୋଜାଖୋଜି କରିବାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହିପରି ଅନ୍ୟଜଣେ ପିଙ୍କ ହାଉସ ନିକଟ ବେଳାଭୂମିରେ ଗାଧୋଉଥିବା ବେଳେ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ଲାଗି ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି।

Leave a Reply

Your email address will not be published. Required fields are marked *

Related Posts