FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଝୁରୁଛି ବାଲିକୁଦା

ଝୁରୁଛି ବାଲିକୁଦା

ଝୁରୁଛି ବାଲିକୁଦା
SHARE NOW :

ଭୁବନେଶ୍ୱର (ଲାଇଭ ଓଡିଶା ନ୍ୟୁଜ୍‌) : ଆଖି ବୁଜିଲେ ବିଜେଡିର ବରିଷ୍ଠ ନେତା । ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ । ହୃଦଘାତରେ ଉମେଶ ସ୍ୱାଇଁଙ୍କ ଦେହାନ୍ତ ହୋଇଛି । ୭୬ ବର୍ଷ ବୟସରେ ପ୍ରାଣ ହରାଇଲେ ନେତା । ଜଗତସିଂହପୁର ବାଲିକୁଦାରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି ।

୨୦୧୪ରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ଉମେଶ । ବିଜୁବାବୁଙ୍କଠାରୁ ଅନୁପ୍ରାଣିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । ୧୯୭୭ରୁ ୨୦୦୯ ଯାଏ ସେ ବିଧାୟକ ହୋଇ ତାଙ୍କ ଅଞ୍ଚଳବାସୀଙ୍କ ସେବା କରିଥିଲେ । ପରିବାର ଲୋକଙ୍କ ସୂଚନା ଅନୁସାରେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଉମେଶ । କିନ୍ତୁ ଆଜି ସକାଳେ ତାଙ୍କର ହୃତଘାତରେ ପରଲୋକ ହୋଇଛି । ତେବେ ଜନ୍ମମାଟି ମାଛଗାଁରେ ତାଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି

ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନପ୍ରତିନିଧି ଭାବେ ତାଙ୍କ ନିସ୍ୱାର୍ଥପୁର ସେବା ଓ ଜନକଲ୍ୟାଣକାରୀ କାର‌୍ୟ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉମେଶଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।ସେହିଭଳି ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ପୂର୍ବତନ ବିଧାୟକ ଉମେଶଚନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି ସହ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଣବ ପ୍ରକାଶ ଦାସ ।

Leave a Reply

Your email address will not be published. Required fields are marked *

Related Posts