- Home
- »
- Breaking News
- »
- ୟୁପି ନିର୍ବାଚନ ୨୦୨୧: କ୍ଷମତାକୁ ଆସିବା ପାଇଁ ପ୍ରିୟଙ୍କାଙ୍କ ୭ଟି ବଡ ଘୋଷଣା
ୟୁପି ନିର୍ବାଚନ ୨୦୨୧: କ୍ଷମତାକୁ ଆସିବା ପାଇଁ ପ୍ରିୟଙ୍କାଙ୍କ ୭ଟି ବଡ ଘୋଷଣା

SHARE NOW :
ଉତ୍ତରପ୍ରଦେଶ(ଲାଇଭ ଓଡିଶା ନ୍ୟୁଜ): ଲୋଭ ଦେଖାଇଲେ ପ୍ରିୟଙ୍କା ଗାନ୍ଧୀ । ନିର୍ବାଚନ ପାଇଁ ଦେଲେ ପ୍ରତିଶ୍ରୁତିର ଭଣ୍ଡାର । କ୍ଷମତାକୁ ଆସିବା ପାଇଁ କଲେ ବଡ ବଡ ଘୋଷଣା । ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ୭ଟି ବଡ଼ ଘୋଷଣା। ପ୍ରିୟଙ୍କା କରିଥିବା ୭ଟି ବଡ଼ ଘୋଷଣା ମଧ୍ୟରେ ରହିଛି ୨୦ଲକ୍ଷ ସରକାରୀ ଚାକିରିର ନିଯୁକ୍ତି, ମହାମାରୀ ସମୟର ସମସ୍ତଙ୍କ ବିଦ୍ୟୁତ୍ ବିଲ୍ ଅଧା ଛାଡ କରାଯିବ। କରୋନା ମହାମାରୀ ସମୟରେ ବେରୋଜଗାର ହୋଇଥିବା ପରିବାରକୁ ୨୫୦୦୦ ହଜାର ଆର୍ଥିକ ସହାୟତା ଦିଆଯିବ। ୨୫୦୦ରେ ଗହମ-ଧାନ ଏବଂ ଆଖୁ ୪୦୦ଟଙ୍କାରେ କିଣାଯିବ। ମହିଳାମାନଙ୍କୁ ଟିକେଟ୍ ର ୪୦ ପ୍ରତିଶତ ଅଂଶ ଦିଆଯିବ। ଦ୍ବାଦଶ ଶ୍ରେଣୀ ଛାତ୍ରୀମାନଙ୍କୁ ସ୍ମାର୍ଟଫୋନ୍ ଏବଂ ସ୍ନାତକ ପାସ କରିଥିବା ଛାତ୍ରୀମାନଙ୍କୁ ବିଦ୍ୟୁତ୍ ଚାଳିତ ସ୍କୁଟି ଦିଆଯିବ। କୃଷକଙ୍କ ସମ୍ପୂର୍ଣ୍ଣ ଋଣ ଛାଡ କରାଯିବ।