FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଗୁପ୍ତଭାବେ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀଙ୍କ ଓଡିଶା ଗସ୍ତ

ଗୁପ୍ତଭାବେ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀଙ୍କ ଓଡିଶା ଗସ୍ତ

ଗୁପ୍ତଭାବେ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀଙ୍କ ଓଡିଶା ଗସ୍ତ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ); ଓଡିଶା ଗସ୍ତରେ ଆସିଛନ୍ତି ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । ଗତକାଲି ଠାରୁ ଉପମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଗସ୍ତରେ ଥିଲେ ମଧ୍ୟ ଏସଂପର୍କରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ସୂଚନା ନାହିଁ । ଖାଲି ଏତିକି ନୁହେଁ ଉପମୁଖ୍ୟମନ୍ତ୍ରୀ ନିଜ ସପରିବାର ସହ ପଂଚତାରକା ହୋଟେଲରେ ରହି ଆଜି ସକାଳୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ମଧ୍ୟ ଯାଇଥାନ୍ତି । କିନ୍ତୁ ଏ ବାବଦରେ କାହାରି ପାଖ;ର କୌଣସି ସୂଚନା ନାହିଁ । କେନ୍ଦ୍ର ସରକାର ବିବାଦୀୟ ୩ କୃଷି ଆଇନକୁ ପ୍ରତ୍ୟାହାର କରିଥିବା ବେଳେ ଉତ୍ତରପ୍ରଦେଶ ଖେରୀରେ ଚାଷୀ ହତ୍ୟା ପ୍ରସଙ୍ଗ ଏବେ ଦେଶରେ ଚର୍ଚ୍ଚାରେ ରହିଛି । ସେପଟେ ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ରହିଛି । ଏଭଳି ସ୍ଥିତିରେ ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ମୌର‌୍ୟ୍ୟଙ୍କ ଏହି ବେସରକାରୀ ଗସ୍ତ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି । କେନ୍ଦ୍ରମନ୍ତ୍ରୀ ତଥା ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ, ବିଶେସ୍ୱର ଟୁଡୁ ଏହି ସମୟରେ ଭୁବନେଶ୍ୱରରେ ଉପସ୍ଥିତ ଅଛନ୍ତି । ତେବେ ଓଡ଼ିଶା ଗସ୍ତରେ ଆସିଥିବା ୟୁପି ଉପ ମୁଖ୍ୟମନ୍ତ୍ରୀ କାହିଁକି ଗୋପନ ଭାବେ ଓଡ଼ିଶା ଗସ୍ତ କରିଛନ୍ତି । ବିଜେପିର ଜଣେ ବଡ଼ ନେତା ହୋଇଥିବା ସ୍ୱତେ କାହିଁକି ଓଡ଼ିଶା ବିଜେପି ନେତା ତାଙ୍କ ଗସ୍ତ ସମ୍ପର୍କରେ ଜ୍ଞାନ ରଖିନାହିଁନ୍ତି ତାହା କେଉଁଠି ନା କେଉଁଠି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ସେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ପଦବୀରେ ଅଛନ୍ତି । ତେଣୁ ପ୍ରଟୋକୋଲ ଦୃଷ୍ଟିରୁ ସରକାରଙ୍କ ପାଖେ ସୂଚନା ରହିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *

Related Posts