- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ରାଜ୍ୟରେ ଆଜିଠୁ ୨-୧୮ ବର୍ଷ ବୟସ ପିଲାମାନଙ୍କୁ ଟୀକାକରଣ ପ୍ରକ୍ରିୟା ଆରମ୍ଭ
ରାଜ୍ୟରେ ଆଜିଠୁ ୨-୧୮ ବର୍ଷ ବୟସ ପିଲାମାନଙ୍କୁ ଟୀକାକରଣ ପ୍ରକ୍ରିୟା ଆରମ୍ଭ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) : ରାଜ୍ୟରେ ଆଜିଠାରୁ ୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କରୋନା ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏନେଇ ଗୁରୁବାର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣୀଗ୍ରାହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ଶୁକ୍ରବାର ଠାରୁ ଭର୍ଚୁଆଲ ମୋଡରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପାଇଁ ତାଲିମ ପ୍ରଦାନ କରିବ ଏବଂ ଏହି ଦକ୍ଷତା ଜିଲ୍ଲା ସ୍ତରର ଅଧିକାରୀମାନଙ୍କୁ ଦିଆଯିବ। କୋଭାକ୍ସିନ୍ ବ୍ୟତୀତ ପିଲାମାନଙ୍କୁ ଜାଇକୋଭ-ଡି ମଧ୍ୟ ଦିଆଯିବ ଏବଂ ଏଥିପାଇଁ ତାଲିମ ମଧ୍ୟ ଦିଆଯିବ ।
ସେ ଆହୁରି କହିଛନ୍ତି ଯେ ‘ଟିକା ଆସିବା ମାତ୍ରେ ନିର୍ଦ୍ଦେଶାବଳୀ ଅନୁଯାୟୀ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟରେ ୨ରୁ ୧୮ ବର୍ଷ ବୟସରେ ଜନସଂଖ୍ୟା ୧.୪୦ କୋଟି ରହିଥିବା ବେଳେ ଏହି ବୟସ ବର୍ଗର ସମସ୍ତଙ୍କୁ ଟୀକାକରଣ କରାଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ବୋଲି ସେ କହିଛନ୍ତି।