FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଭିଜିଲାନ୍ସ ଜାଲରେ ମାଲାମାଲ୍ କନଷ୍ଟେବଳ

ଭିଜିଲାନ୍ସ ଜାଲରେ ମାଲାମାଲ୍ କନଷ୍ଟେବଳ

ଭିଜିଲାନ୍ସ ଜାଲରେ ମାଲାମାଲ୍ କନଷ୍ଟେବଳ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଭିଜିଲାନ୍ସ ହାତରେ ଧରାପଡିଛନ୍ତି କମିସନରେଟ୍ ପୋଲିସର ପୂର୍ବତନ କନେଷ୍ଟବଳ ପ୍ରସନ୍ନ କୁମାର ବେହେରା । ସାମନ୍ୟ କନଷ୍ଟେବଳ ହୋଇ ମଧ୍ୟ ତାଙ୍କର ଅଚଳାଅଚଳ ସଂପତ୍ତିର ରହସ୍ୟ ଖୋଜୁଛନ୍ତି ଭିଜିଲାନ୍ସ ଅଧିକାରୀ । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କର କଳ୍ପନା ଛକ ସ୍ଥିତ ସରକାରୀ ବାସଭବନ ଓ ପୈତୃକ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଥିଲା। ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଆଦେଶକ୍ରମେ ସଦାନନ୍ଦ ବେହେରାଙ୍କ ପୁଅ ପ୍ରସନ୍ନ କୁମାର ବେହେରାଙ୍କ ଘରେ ଚଢ଼ାଉ କରାଯାଇଛି। ପ୍ରସନ୍ନଙ୍କ କଳ୍ପନା ଛକରେ ଥିବା ନିଜ ସରକାରୀ ଘର ଏବଂ ଏହା ସମ୍ପ୍ରସାରଣ ବିଲଡିଂ, ଡୁମଡୁମାଠାରେ ଥିବା ସ୍ପାର୍କ ଫର୍ନିଚର ପ୍ରାଇଭେଟ୍ ଲିମିଟେଡ୍,ଲିଙ୍ଗପୁରର ସନ୍ଥବିହାରରେ ଥିବା ଫର୍ନିଚର ୱାର୍କସପ୍, ପାତ୍ରପଡ଼ାଠାରେ ଥିବା ସାଉଥ୍ ସିଟି ବାର୍ ଏବଂ ତାଙ୍କର ଖୋର୍ଦ୍ଧା ଜିଲ୍ଲାର ନୂଆପଡ଼ାରେ ଥିବା ଦୁଇମହଲା ବିଶିଷ୍ଟ ପୈତୃକ ଘରେ ଏହି ଚଢ଼ାଉ ଚାଲିଛି। ୨ ଜଣ ଡିଏସପି, ୫ ଜଣ, , ୫ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀଙ୍କ ନେତୃତ୍ୱରେ ୫ଟି ଟିମ୍ ଏହି ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ମନୀଷ ଅନୁରାଗ ହତ୍ୟା ମାମଲାରେ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଥିଲାଏବଂ ଏହି ମାମଲାରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Related Posts